(ମୃତ୍ୟୁଞ୍ଜୟ ଭୋଇ) ଭୁବନେଶ୍ୱର: ଜାମ୍ମୁ କାଶ୍ମୀରର ଅସ୍ଥାୟୀ ଧାରା ୩୭୦ ହଟାଇବା ଏକ ଐତିହାସିକ ପଦକ୍ଷେପ । ଏହାକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ସ୍ୱାଗତ କରିଛି । ଏହି ପଦକ୍ଷେପ ଜାମ୍ମୁ କାଶ୍ମୀରର ସମସ୍ତ ନାଗରିକଙ୍କୁ ଉନ୍ନତି ପଥରେ ନେଇଯିବ ଓ ସେମାନଙ୍କୁ ସମାଜର ମୁଖ୍ୟଧାରା ସହ ଯୋଡାଯିବ ବୋଲି ପରିଷଦ କହିଛି ।
ଏବିଭିପି ପକ୍ଷରୁ ଆହୁରି କୁହାଯାଇଛି, ୧୯୯୦, ସେପ୍ଟେମ୍ବର ୧୧ରେ କାଶ୍ମୀର ଚାଲ ଆନ୍ଦୋଳନ କରିଥିଲା ପରିଷଦ । ଲକ୍ଷ ଲକ୍ଷ ବିଦ୍ୟାର୍ଥୀଙ୍କ ଆନ୍ଦୋଳନର ବିଜୟ ହୋଇଛି ବୋଲି ଆଜି ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟଠାରେ ଏହି ପ୍ରସଙ୍ଗକୁ ନେଇ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି ।