ବାଇକ ଧକ୍କାରେ ଜଣେ ମୃତ

0

(ଗୁଡଭେଲା) : ଗୁଡଭେଲା ମୁଖ୍ୟରାସ୍ତା ସ୍ଥିତ ଡୁଗୀବାହାଲ ପାଖରେ ଦୁଇ ବାଇକ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଭାବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଗୁଡଭେଲା ସମିତିସଭ୍ୟ ଚିତ୍ରସେନ ଭୋଇ ଓ ତାଙ୍କ ସହଯୋଗୀ ବୁଲେଟରେ ତୁଷୁରା ପଟକୁ ଆସୁଥିବା ବେଲେ ଡୁଗୀବାହଲ ରାସ୍ତାରେ ଅନ୍ୟ ଏକ ବାଇକ ସହ ମୁହା ମୁହୀ ଧକ୍କା ହୋଇଥିଲା। ଫଲ ଚିତ୍ରସେନ ଓ ତାଙ୍କ ସହଯୋଗୀ ବେଶ ଗୁରୁତର ଆହତ ହୋଇ ଥିଲେ। ଏହା ପରେ ଦୁହେଁ ଅଗ୍ନି ଶମ ବିଭାଗ ସାହାଯ୍ୟରେ ଗୁଡଭେଲା ଚିକିତ୍ସାଳୟକୁ ନିଆଯାଇଥିଲା ଏବଂ ସେଠାରୁ ତାଙ୍କୁ ବଲାଙ୍ଗୀର ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିତ୍ରସେନଙ୍କ ସହଯୋଗୀଙ୍କ ମୃତ୍ୟୁ ହୋଇଥିଲା। ଘଟଣା ସ୍ଥଲ ରୁଦୁର୍ଘଟଣା ହୋଇଥିବା ଅନ୍ୟ ବାଇକ ଫୋରାର ହୋଇଯାଇଥିଲା। ତୁଷୁରା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।