ବାଲକୋନି ଭୁଷୁଡ଼ି ଖେଳାଳୀ ଆହତ , ୨ ମୃତ

0

(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଦକ୍ଷିଣ କୋରିଆରେ ଚାଲିଥିବା ବିଶ୍ୱ ସନ୍ତରଣ ଚାମ୍ପିୟନଶିପ୍‌ରେ ଘଟିଛି ଅଘଟଣ। ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିଥିବା ଆଥ୍‌ଲେଟ୍‌ଙ୍କ ରହଣିସ୍ଥଳ ନିକଟରେ ଥିବା କୋୟୋଟ ଅଗଲି କ୍ଲବ୍‌ର ପ୍ରାୟ ୫ ମିଟର ଉଚ୍ଚରେ ଥିବା ବାଲ୍‌କୋନି ତଳେ ଥିବା ଲୋକ ଓ ଆଥ୍‌ଲେଟଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା। ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୬ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୧୦ ବିଦେଶୀ ରହିଛନ୍ତି। ସେଥିରେ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିଥିବା ୮ ଆଥ୍‌ଲେଟ୍‌ ମଧ୍ୟ ଅଛନ୍ତି ବୋଲି ମେଟ୍ରୋପଲିଟାନ ପୋଲିସ ଏଜେନ୍ସି ତଦନ୍ତକାରୀ ସଙ୍ଗ ଗି-ଜି କହିଛନ୍ତି। ଦୁଇ ମୃତକ ସ୍ଥାନୀୟ ଲୋକ। ଚାମ୍ପିୟନଶିପ୍‌ ସହ ସେମାନେ ଜଡ଼ିତ ନ ଥିଲେ। ବାଲ୍‌କୋନି ଭୁଶୁଡ଼ିବାର କାରଣ ବେଆଇନ ନିର୍ମାଣ ହୋଇପାରେ ବୋଲି ସେ କହିଛନ୍ତି। ୮ ଆହତ ଆଥ୍‌ଲେଟଙ୍କ ମଧ୍ୟରେ ଆମେରିକାର ୩, ନ୍ୟୁଜିଲାଣ୍ଡ ୨, ନେଦରଲାଣ୍ଡର ୧, ବ୍ରାଜିଲର ୧ ଓ ଇଟାଲୀର ୧ ରହିଛନ୍ତି। ଏହି ଘଟଣା ସମ୍ପର୍କରେ ବିଶ୍ୱ ଚାମ୍ପିୟନଶିପ ଆୟୋଜକ କମିଟି ପକ୍ଷରୁ କୁହାଯାଇଛି, ଆଥ୍‌ଲେଟ୍‌ମାନେ ସାମାନ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା କରାଇ ରହଣିସ୍ଥଳକୁ ପଠାଇ ଦିଆଯାଛି। ଆମେରିକାର ୟୁଏସ୍‌ ଓ୍ବାଟର ପୋଲୋ ଖେଳାଳି ଗିଲ୍‌ଖ୍ରିଷ୍ଟଙ୍କ ବାମଗୋଡ଼ରେ ଗଭୀର ଆଘାତ ଲାଗିଛି। ତାଙ୍କର ଅସ୍ତ୍ରୋପଚାର କରାଯାଇଛି।