(ସନ୍ତୋଷ କୁମାର ଲମ୍ବାତା / ରାୟଗଡ଼ା ) : ରାୟଗଡ଼ା ଜିଲ୍ଳା କଲ୍ୟାଣସିଂହପୁର ବ୍ଲକ୍ ସଦର ମହକୁମା ସ୍ଥିତ କିଦମ୍ବଦ୍ୱାର ସାହିରେ ଘଟିଛି ଅଘଟଣ । କାନ୍ଥ ଭୁଷୁଡ଼ି ଜଣେ ବୃଦ୍ଧ ଗୁରୁତର ଆହାତ ହୋଇଛନ୍ତି । ତାଙ୍କ ନାଁ ମାଙ୍ଗତିଆ ବନିଆ ( ୫୦ ) । ଗୁରୁତର ଆହତ ହୋଇ ସେ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ ଲଗାଣବର୍ଷାରେ ଘରକାନ୍ଥ ଦୁର୍ବଳ ହୋଇପଡ଼ିଥିଲା । ରାତି ସମୟରେ ବେନିଆ ମାଙ୍ଗତିଆ , ସ୍ତ୍ରୀ ସୁରମା ବେନିଆ ଓ ୩ ଜଣ ସନ୍ତାନ ଖାଇସାରି ଘର ଭିତରେ ଶୋଇରହିଥିବା ବେଳେ ଘର କାନ୍ଥ ପଡ଼ିଯାଇଥିଲା । ମାଙ୍ଗତିଆଙ୍କ ଉପରେ କାନ୍ଥ ପଡ଼ିଯାଇଥିବାରୁ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି କଲ୍ୟାଣସିଂହପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । ତାଙ୍କ ଅଣ୍ଟାରେ ମାଡ଼ ହୋଇଥିବା ହେତୁ ତା ପରେ ତାଙ୍କୁ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି । ବର୍ତମାନ ସେଠାରେ ମାଙ୍ଗତିଆ ଚିକିତ୍ସାଧୀନ ଥିବା ଜଣାପଡ଼ିଛି ।