ଟ୍ରାକ୍ଟର ଡ୍ରାଇଭରଙ୍କ ମୃତ୍ୟୁ

0

(ହିଞ୍ଜିଳିକାଟୁ / ରଜନୀକାନ୍ତ ପାତ୍ର ) : ଟ୍ରାକ୍ଟର କେତେ ବେଳେ ଜୀବନ ନେବ କେହି ଭାବି ନଥାଏ। ଗତ କାଲି ସନ୍ଧ୍ୟା ସମୟରେ ହିଞ୍ଜିଳିବ୍ଲକ୍ ଅନ୍ତର୍ଗତ ଦାରୁଭଦ୍ରା ଗ୍ରାମରେ ଚାଷ କରିବା ସକାଶେ ବିଲ ରେ ଟ୍ରାକ୍ଟର ବୁଲୁଥିବା ସମୟରେ କୌଣସି କାରଣରୁ ଟ୍ରାକ୍ଟରଟି ବିଲ ମଝିରେ ଭାରସାମ୍ୟ ହରାଇ ଥିଲା । ଫଳରେ ଟ୍ରାକ୍ଟରଟି ଓଲଟି ପଡ଼ିବାରୁ ଟ୍ରାକ୍ଟର ଡ୍ରାଇଭର କାହୁଁ ଦାସ ଟ୍ରାକ୍ଟର ତଳେ ଚାପି ହୋଇଯାଇଥିଲେ। ସ୍ଥାନୀୟ ଲୋକ ଓ ଜମିମାଲିକ ଉଦ୍ଧାର କରି ବ୍ରହ୍ମପୁର ବଡ ମେଡିକାଲ ରେ ଭର୍ତି କରୁଥିବା ବେଳେ ଚିକିତ୍ସିତ ଅବସ୍ଥାରେ ଡ୍ରାଇଭରର ମୃତ ଘଟିଛି ବୋଲି ଥାନ ଅଧିକାରୀ ସୂଚନା ଦେଇଛନ୍ତି ।