ସିରିଜ ଦୁର୍ଘଟଣା, ୩ ବାଇକକୁ ପିଟିଲା ପିକଅପ ଭ୍ୟାନ

0

(ଓମ ପ୍ରକାଶ ମିଶ୍ର)ସୋନପୁର: ଖୋର୍ଦ୍ଧା-ବଲାଙ୍ଗିର ୫୭ ନଂ ଜାତୀୟ ରାଜପଥ ସୁବର୍ଣ୍ଣପୁର ସ୍ଥାନୀୟ ବ୍ଳକଛକ ଟିଭିଏସ ସୋରୁମ ସାମନାରେ ଏକ ସିରିଜ ଦୁର୍ଘଟଣା ଘଟିଛି । ବଲାଙ୍ଗିର ପଟୁ ଏକ ଟାଟା ପିକଅପ ଭ୍ୟାନ(ଓଡ଼ି୧୭ଇ୪୦୭୭) ଦୃତ ଗତିରେ ଆସୁଥିବାବେଳେ ସୁବର୍ଣ୍ଣପୁର ପଟୁ ଏକ ବାଇକ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା । ପରେ ଭାରସାମ୍ୟ ହରାଇ ରାସ୍ତା କଡରେ ଛିଡା ହୋଇଥିବା ୨ ବାଇକକୁ ଧକ୍କା ଦେଇଥିଲା । ଫଳରେ ଜଣେ ମହିଳାଙ୍କ ସହ ୩ ଜଣକୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବୁର୍ଲ୍ଲା ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ସ୍ଥଳରେ ସାମାନ୍ୟ ଉତ୍ତେଜନା ହୋଇଥିବାବେଳେ ସୋନପୁର ଟାଉନ ପୋଲିସ ପହଂଚି ଡ୍ରାଇଭରଙ୍କୁ ଉଦ୍ଧାର କରି ଅଧିକ ତଦନ୍ତ କରୁଥିବା ଜଣାପଡିଛି।