(ହେମନ୍ତ କୁମାର ରାଉତ / କଟକ ଚୌଦ୍ୱାର ) : ୧୬ ନମ୍ବର ଜାତୀୟ ରାଜପଥ ମଙ୍ଗୁଳି ଫାଣ୍ଡି ସମ୍ମୁଖରେ ଘଟିଛି ସଡ଼କ ଦୁର୍ଘଟଣା । ଟ୍ରକ ସହିତ ବାଇକର ଧକ୍କା ହୋଇଛି । ଦ୍ରୁତ ଗତିରେ ଥିବା ଟ୍ରକଟି ବାଇକ ଚାଳକ ଙ୍କ ଉପରେ ମାଡ଼ି ଯାଇଥିଲା । ଫଲରେ ବାଇକ ଚାଳକଙ୍କ ଦୁଇଟି ଗୋଡ଼ କଟି ଯାଇଥିବା ବେଳେ ଗୁରୁତର ଆହତ ହୋଇ କଟକ ବଡ଼ ଡ଼ାକ୍ତରଖାନା କୁ ରେଫର କରାଯାଇଛି । ଗୁରୁତର ବ୍ୟକ୍ତି ଜଣକ ହେଲେ ଦୈତାରି ସାହୁ । ତାଙ୍କ ଘର ଟାଙ୍ଗୀ ମଠସାହିର ବୋଲି ଜଣାପଡ଼ିଛି । ପୋଲିସ ଟ୍ରକ ଡ଼୍ରାଇଭରକୁ ଅଟକ ରଖିଛି ।