ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ମହିଳା

0

(ସତ୍ୟନାରାୟଣ ପାଲ)ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲାର ଗୋରୁମୋହିଶେଣୀ ମୁଖ୍ୟରାସ୍ତା ବଜାର ମଧ୍ୟରେ ଥିବା ରେଳ ଫାଟକ ଏବେ ମରଣାଯନ୍ତା ପାଲଟିଛି। ପ୍ରତ୍ୟେକ ଦିନ ଦୁଇରୁ ତିନୋଟି ଦୁର୍ଘଟଣା ଘଟୁଥିବା ବେଳେ ଆଜି ଜଣେ ମହିଳା ସ୍କୁଟି ଚାଳକ ମରଣ ମୁହଁରୁ ଅଳ୍ପକେ ବଞ୍ଚି ଯାଇଥିଲେ।
ସୂଚନା ଅନୁସାରେ ଟାଟା ବାଦାମପାହାଡ଼ରେଳ ଲାଇନର ଧାରଣ ଉନ୍ନତିକରଣ ପାଇଁ ଆଠ ଦିନରୁ ଉର୍ଦ୍ଧ କାଳ ହେଲାଣି ମରାମତି କାମ ଚାଲିଛି। କାର୍ୟ୍ୟ ଚାଲୁଥିବାରୁ ଘଣ୍ଟାଧିକ କାଳ ଧରି ରାସ୍ତା ଜାମ ରହୁଛି। ସବୁଠାରୁ ଗୁରୁତର ବିଷୟ ଯେ ଉକ୍ତ ଫାଟକରେ ପୂର୍ବରୁ ଥିବା ସମସ୍ତ ପଥର ତଥା ସିମେଣ୍ଟ ଖୋଳା ଯାଇଛି। ଉକ୍ତ ସ୍ଥାନରେ ବଡ଼ ବଡ଼ କାଠ ଗଣ୍ଡି ଦିଆଯାଇଛି।ଏହା ହମ୍ସ ଠାରୁ ବି ଅଧିକ ବଡ଼। ଫଳରେ ପ୍ରତି ଘଣ୍ଟାରେ ଦୁଇ ରୁ ତିନୋଟି ଦୁର୍ଘଟଣା ଘଟୁଥିବାର ଅଭିଯୋଗ ହୋଉଛି।ତେବେ ଆଜି ଜଣେ ମହିଳା ରେଳ ଲାଇନ ପାର ହେଉଥିବା ସମୟରେ ତାଙ୍କ ସ୍କୁଟିଟି କାଠଗଣ୍ଡି ରେ ଫସିଯାଇଥିଲା। ଏତିକି ବେଳେ ବାଦାମପାହାଡ଼ ରୁ ଗୋରୁମୋହିଶେଣୀ ଡିଏମୟୁ ଟ୍ରେନ ପହଂଚିଯାଇଥିଲା।ମାତ୍ର ୧୫ ଫୁଟ ଦୂରରେ ରେଳଟି ଅଟକି ଯାଇଥିଲା।କେତେକ ଲୋକ ସେଠାରେ ପହଞ୍ଚି ମହିଳାଙ୍କ ସ୍କୁଟି କୁ ଟେକି ନେଇ ରେଳ ଲାଇନରୁ ହଟାଇଥିଲେ।
ସେ ନିଶ୍ଚୟ ମରଣ ମୁହଁରୁ ବଞ୍ଚି ଯାଇଥିଲେ। କିନ୍ତୁ ଏନେଇ ଗୋରୁମୋହିଶେଣୀ ଷ୍ଟେସନ ମାଷ୍ଟର ଆର ଆର ଟିଗର କୁ ପଚାରିବାରୁ ସମ୍ପୂକ୍ତ ଠିକାଦାର ଙ୍କ ସହିତ ଯୋଗାଯୋଗ କରିବାକୁ ସେ କହିଥିଲେ।ତେବେ ଯଥା ଶୀଘ୍ର ରେଳଫାଟକ କାର୍ୟ୍ୟ ମରାମତି ସହିତ ଏକ ଓଭରବ୍ରିଜ ନିର୍ମାଣ ପାଇଁ ଜନସାଧାରଣ ରେ ଦାବି ହୋଉଛି।