(ସତ୍ୟ ନାରାୟଣ ପାଲ)ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକ ପୋଖରିଆ ନିକଟରେ ଘଟିଛି ଏକ ଦୁର୍ଘଟଣା। ଗତକାଲି ବିଳମ୍ବିତ ରାତିରେ ଗୋଟିଏ ହିରୋହଣ୍ଡା ବାଇକରେ ତିନିଜଣ ପ୍ରବଳ ହାଣ୍ଡିଆ ରସ ପିଇ ନିଶା ଶକ୍ତ ଅବସ୍ଥାରେ ଯୋକ ପଟୁ ଦୂତ ଗତିରେ ଫେରୁଥିବା ସମୟରେ ପୋଖରିଆ ମନ୍ଦିର ନିକଟରେ ଘାସିରାମ ନାୟକକୁ ପଛପଟୁ ଧକ୍କା ଦେଇଥିଲେ।ତେବେ ଦୁର୍ଘଟଣା ଘଟେଇଥିବା ତିନି ଜଣ ହେଲେ ଦରଖୋଲି ଗ୍ରାମର-ଟିକାରାମ ମୁର୍ମୁ, ରାମଚାନ୍ଦ ହାସଦା, ମଧୁସୂଦନ ହାସଦା, ଜଣକର ବାମ ଗୋଡ଼ ଭାଙ୍ଗି ଯାଇଛି ଓ ଅନ୍ୟ ଜଣକର ମୁଣ୍ଡରେ ଆଘାତ ହୋଇଛି, ଅନ୍ୟ ଜଣେ ଆହତ ହୋଇଛି।ଦୁର୍ଘଟଣା ଖବର ପାଇ ଘଟଣା ସ୍ଥଳରେ ଗାଁଲୋକ ପହଞ୍ଚି ଦମକଳ ବିଭାଗ କୁ ଖବର ଦେଇଥିଲେ।ଦମକଳ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ସାରସକଣା ପିଏଚସିକୁ ଆଣିଥିଲେ।ଦୁଇ ଜଣ କର ଅବସ୍ଥା ଗୁରୁତର ହେବାରୁ୧୦୮ଆମ୍ବୁଲାନ୍ସ ଯୋଗେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କୁ ପଠାଇଦିଆଯାଇଥିଲା।