ସାଇକେଲକୁ ପିଟିଲା ବାଇକ, ଜଣେ ମୃତ, ଜଣେ ଆହତ

0

ଆଳି/ଅଶ୍ବିନୀ କୁମାର ସାହୁ : କଟକ-ଚାନ୍ଦବାଲି ରାସ୍ତାର ଆଳି ITI କଲେଜ ନିକଟରେ ଜଣେ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି l ସୂଚନା ମୁତାବକ ବଳଭଦ୍ରପୁର ଶାସନ ଗ୍ରାମର ଶିକ୍ଷକ ରମାକାନ୍ତ ମିଶ୍ର ସାଇକେଲ ନେଇ ନିଆଳ ହାଟକୁ ଆସୁଥିବା ବେଳେ କେନ୍ଦ୍ରାପଡ଼ାରୁ ବାଇକ ନେଇ ଆଳିକୁ ଆସୁଥିବା ସେକ ରିଆସତ ତାଙ୍କୁ ପଛପଟରୁ ଧକ୍କା ଦେଇଥିଲା l

ସେକ ରିଆସତ ଅବସ୍ଥା ଗୁରୁତର ଥିବାରୁ ଦମକଳ ବାହିନୀ ତାଙ୍କୁ ଆଳି ମେଡିକାଲରେ ଭର୍ତି କରି କେନ୍ଦ୍ରାପଡ଼ା ମେଡିକାଲ ପଠାଇ ଦେଇଥିଲେ l ବାଟରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ରମାକାନ୍ତ ମିଶ୍ର ଆଳି ମେଡିକାଲରେ ଚିକିତ୍ସା ହୋଇ ଘରକୁ ଫେରିଛନ୍ତି l କଟକ-ଚାନ୍ଦବାଲି ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟିବାକୁ ନେଇ ସାଧାରଣରେ ଚିନ୍ତାର ବିଷୟ ପାଲଟିଛି l