ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚୈତନ୍ୟପଡା ଗ୍ରାମର ପବନା ଦାସ ଗତ କାଲି ରାତ୍ର ସମୟ ନିଜ ଘରକୁ ଫେରିବା ସମୟରେ କୁକୁଡାଖଣ୍ଡି ବ୍ଲକ ଠାରେ କାର୍ ଓ ଅଟୋ ମୁହାଁ ମୁହିଁରେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ପବନା ଦାସଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତ ଶରୀରରକୁ ବ୍ରହ୍ମପୁର ସ୍ଥିତ ବଡ଼ ମେଡ଼ିକାଲ ପୋଷ୍ଟମର୍ଟମକୁ ମୃତ ଶରୀର ପଠାଯାଇଥିଲା । କାଲି ରାତ୍ରି ଠୁ ଆଜି ଯାଏଁ ପୋଷ୍ଟମର୍ଟମ କରାନଯିବାରୁ ମୃତଙ୍କ ପରିବାର ଲୋକେ କୁକୁଡାଖଣ୍ଡି ଠାରୁ ହିଞ୍ଜିଳି ଯିବା ମୁଖ୍ୟ ରାସ୍ତାକୁ ବନ୍ଦ କରିବା ସହ ରାସ୍ତାରେ ନିଆଁ ଜଲାଇ ରାସ୍ତା ଅବରୋଧ କରିଥିବା ସୂଚନା ମିଳିଛି।