ବାଇକ-ପିକ ଅପଭ୍ୟାନ ଧକ୍କା, ବାଇକ ଚାଳକ ଗୁରୁତର

0

(ସତ୍ୟନାରାୟଣ ପାଲ)ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା। ରାଇରଙ୍ଗପୁର ଥାନାଠାରୁ ଦେଢ଼ କିମି ଦୂର ମହୁଲଡିହା ଛକରେ ଅପରାହ୍ନ ୩ଟା ସମୟରେ ପିକ ଅପଭ୍ୟାନ (ଓଡି ୧୧ ଇ ୯୯୨୩)ସହ ବାଇକ ରାମା ଫେଜେରୋ(ଓଡି ୧୧ ଇ ୩୭୬୮) ଧକ୍କା ହେବା ଫଳରେ ବାଇକ ଚାଳକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ଛିଟିକି ପଡ଼ିଥିଲେ। ତେବେ ରାଇରଙ୍ଗପୁର ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଂଚି ଚାଳକକୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଥିଲା ।ପରେ ପରିସ୍ଥିତି ବିଗିଡିବାରୁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି। ଗୁରୁତର ଚାଳକ ଜଣଙ୍କୁ ଗୁରୁତର ବାଇକ ଚାଳକ ଜଣଙ୍କ ପ୍ରିତିଶ ପରିଡା ପିତା-ଆଦିତ୍ୟନାଥ ପରିଡା,ଘର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଵିଜାତଳା ବ୍ଲକର ରାଖାସାହି ବୋଲି ଜଣାପଡ଼ିଛି।