( ରିପୋର୍ଟସଟୁଡେ): ମଧ୍ୟପ୍ରଦେଶର ସତନା ଜିଲ୍ଲାରେ ଘଟିଛି ସଡକ ଦୁର୍ଘଟଣା । ଏକ ସ୍କୁଲ୍ ଭ୍ୟାନ୍କୁ ବିପରୀତ ଦିଗରୁ ଆସୁଥିବା ଏକ ବସ୍ ପିଟିଦେବାରୁ ଭ୍ୟାନ୍ ଚାଳକଙ୍କ ସମେତ ପ୍ରାୟ ୭ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି।
ପୁଲିସ୍ ସୂଚନା ଅନୁଯାୟୀ ଏଥିରେ ୮ ଜଣ ଗୁରୁତରଭାବେ ଆହତ ମଧ୍ୟ ହୋଇଛନ୍ତି। ସମସ୍ତ ଛାତ୍ରଛାତ୍ରୀ ସତ୍ନା ଜିଲ୍ଲାର ଲକି କନ୍ଭେଣ୍ଟ ସ୍କୁଲ୍ର ବୋଲି ଜଣାଯାଇଛି।
ଏହି ଘଟଣାରେ ମଧ୍ୟପ୍ରେଦଶ ମୁଖ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ ଦୁଃଖ ପ୍ରକାଶ କରି କହିଛନ୍ତି, “ସତ୍ନା ସଡ଼କ ଦୁର୍ଘଟଣା ଖବର ପାଇ ଦୁଃଖିତ। ଏଥିରେ ପ୍ରାଣ ହରାଇଥିବା ପିଲାଙ୍କ ଆତ୍ମାର ସଦ୍ଗତି ପ୍ରାର୍ତନା କରୁଛି। ମୃତକଙ୍କ ପରିବାରବର୍ଗ ପ୍ରତି ସମବେଦନା ଜଣାଉଛି।”