ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ, ୭ ଆହାତ, ୪ ଗୁରୁତର

0

ମୋହନା (ତ୍ରିପତି ବିଷୋୟୀରତ୍ନ) : ଗଜପତି ଜିଲ୍ଲା ଅଡବା ଥାନା ପଦାଗାଁ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ l ଦୁର୍ଘଟଣାରେ ୭ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି l ୨ ଜଣଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି l ସମସ୍ତେ ଗୋଟିଏ ପରିବାର ବୋଲି ଜଣାପଡିଛି l ବ୍ରହ୍ମପୁରରେ କୋର୍ଟ କାମ ସାରି ପରିବାରର ୧୧ ଜଣ ବୋଲେରୋରେ ନିଜ ଗାଁ ଗୁଲୁବା ପଂଚାୟତ କାମପଦର ଗାଁକୁ ଫେଟୁଥିବା ବେଳେ ଭାରସାମ୍ୟ ହରାଇ ବୁଲାଣିଆ ରାସ୍ତାରେ ବୋଲେରୋଟି ଓଲଟି ପଡିଥିଲା l ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ପ୍ରଥମେ ଅଡବା ମେଡିକାଲ ଓ ପରେ ମୋହନା ମେଡିକାଲରେ ଭର୍ତି କରିଥିଲେ l ଆହତଙ୍କ ମଧ୍ୟରେ ୪ ଜଣ ମହିଳା ଓ ୩ ଶିଶୁ ଥିବା ଜଣାପଡିଛି l ଦ୍ରୁତ ଗତି ଯୋଗୁଁ ଦୁର୍ଘଟଣା ଘଟିଥିବା ଜଣାପଡିଛି l