(ପ୍ରିୟଦର୍ଶନୀ ସ୍ୱାଇଁ): ଦିନକୁ ଦିନ ବୃଦ୍ଦି ପାଉଛି ବେପରୁଆଗାଡ଼ି ଚାଳକଙ୍କ ପାର୍ଦୁଭାବ । ଏହା ସହ ବଢ଼ିବାରେ ଲାଗିଛି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା । କେଉଁଠି ବସ ଓଲଟି ମୃତ୍ୟୁଘଟୁଛି ତ କେଉଁଠି ବାଇକ ଚାଳକଙ୍କ ଅକ୍ରୋଶର ଶିକାର ହୋଇ ପଛ ପଟ ଲୋକର ପ୍ରାଣବାୟୁ ଉଡ଼ିଯାଉଛି । ଏଭଳି ଏକ ଅଭାବନୀୟଘଟଣା ଘଟିଛି ଯାଜପୁର ଜିଲ୍ଲାର ପାଣିକୋଇଲି ଅଞ୍ଚଳରେ । ୨୦୦ରୁ ଉର୍ଦ୍ଧ ସଙ୍କୀର୍ତ୍ତନ ଯାତ୍ରୀ ପଦଯାତ୍ରାରେ ପୁରୀ ଯାଉଥିବା ବେଳେ ଛତିଆ –ଗୋବିନ୍ଦପୁର ଜାତୀୟ ରାଜପଥରେ ଏକ ଅଜଣା ଗାଡ଼ି ଆସି ୨ଜଣଙ୍କୁ ଧକ୍କା ଦେଇଥିଲା ଫଳରେ ୨ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି ।
ତେବେ ଅନ୍ୟଆହତ ଯାତ୍ରୀମାନଙ୍କୁ କଟକ ବଡ଼ ମେଡ଼ିକାଲରେ ଆହତଙ୍କ ଚିକିତ୍ସା କରାଯାଉଛି ।