ଅଟୋକୁ ଧକ୍କା ଦେଲା ବସ,୧୨ ମୃତ

0

(ଅନୁସ୍ୱୟା)ଭୁବନେଶ୍ୱର: କର୍ଣ୍ଣାଟକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବସ ଓ ଅଟୋ ମଧ୍ୟରେ ହୋଇଥିବା ଏହି ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ଦୁର୍ଘଟଣାରେ ୨୦ରୁ ଅଧିକ ଲୋକେ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଚିନ୍ତାମଣି ବସ ନାମକ ଏକ ଘରୋଇ ବସ ଅଟୋ ରିକ୍ସାକୁ ଧକ୍କା ଦେଇଥିଲା ଯେଉଁଥିରେ ଘଟଣାସ୍ଥଳରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ଘଟଣାର ସୂଚନା ମିଳିବା ପରେ ପୋଲିସ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ସହିତ ସ୍ୱାସ୍ଥ୍ୟ ବିଭାଗର ଟିମ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟକୁ ତ୍ୱରାନ୍ୱିତ କରିଛନ୍ତି ।