ଅଜଣା ଗାଡି ଧକ୍କାରେ ଘଟଣାସ୍ଥଳରେ ଚାଲିଗଲା ବାଇକ୍ ଚାଳକଙ୍କ ଜୀବନ

0

ସୁନ୍ଦରଗଡ଼ : ରାସ୍ତାରେ ବାଇକ ଚଳାଇ ଯାଉଥିବା ସମୟରେ ଘଟିଲା ଅଘଟଣ ଚାଲିଗଲା ଜୀବନ । ଘଟଣାଟି ଘଟିଛି ସୁନ୍ଦରଗଡ ଜିଲ୍ଲା କୁତ୍ରା ନିକଟସ୍ଥ ଡେମୁନ ଛକ ନିକଟରେ ଥିବା ବିଜୁ ଏକ୍ସପ୍ରେସ ୱେ ଉପରେ। ସକାଳ ୯ ଟା ସମୟରେ ଏକ ବାଇକ ଯାହାର ନମ୍ବର OD 14P9489 କୁତ୍ରା ପଟୁ ରାଜଗାଙ୍ଗପୁର ଆଡକୁ ଯାଉଥିବା ବେଳେ ଏକ ଅଜଣା ଗାଡି ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ହିଁ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି । ତେବେ ମୃତକଙ୍କ ପରିଚୟ ଏଯାବତ ମିଳିପାରିନାହିଁ । ଘଟଣା ସ୍ଥଳରେ ଏଲ୍ ଏନଟି ର ହାଇୱେ ପେଟ୍ରୋଲିଙ୍ଗ ପହଞ୍ଚି ଥିବାବେଳେ କୁତ୍ରା ପୁଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି ।