ଭୁବନେଶ୍ୱର : ୟୁନିଟ ୮ ଜଳେଶ୍ଵର ମନ୍ଦିର ଛକରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା | ଦୁଇଟି ବାଇକକୁ ଧକା ଦେଲା ଦୁଇଟି କାର | ଦୁର୍ଘଟଣାରେ ଜଣେ ବାଇକ ଆରୋହୀ ଗୁରୁତର ଥିବା ବେଳେ ୪ ଜଣ ଆହତ ହୋଇଛନ୍ତି | ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି | ଘଟଣା ସ୍ଥଳରେ ଖଣ୍ଡଗିରି ଥାନା ପୋଲିସର ଛାନବୀନ ଜାରି ରହିଛି | ଦୁର୍ଘଟଣାର ଶିକାର ଦୁଇଟି ବାଇକ ଓ ଦୁଇଟି କାରକୁ ଜବତ କରି ଥାନାକୁ ନେଇଛି ପୋଲିସ |