ଡ୍ରେନ କାର୍ଯ୍ୟ ସମୟରେ ଅଘଟଣ, ସ୍କୁଲ ପାଚେରୀ ଭୂଷୁଡି ଦୁଇ ଶ୍ରମିକଙ୍କ ମୃତ୍ୟୁ, ଜଣେ ଗୁରୁତର । ଗୁରୁତର ଶ୍ରମିକ ଜଣଙ୍କ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା । ବାଲିପାଟଣା ଥାନା ଅନ୍ତର୍ଗତ ଅଠାନ୍ତର ନିକଟସ୍ଥ ବେଙ୍ଗବତୀ ପ୍ରାଥମିକ ବିଦ୍ୟାଳୟ ନିକଟରେ ଡ୍ରେନ କାମ ଚାଲିଥିବା ବେଳେ ଘଟିଛି ଅଘଟଣ । ସମସ୍ତ ଶ୍ରମିକ ରାଜ୍ୟ ବାହାରର ହୋଇଥିବା ସୂଚନା । ଏ ପର୍ୟ୍ୟନ୍ତ ମୃତକଙ୍କ ପରିଚୟ ଅସ୍ପଷ୍ଟ । ଶବ ବ୍ୟବଚ୍ଛେଦ ପରେ ମୃତକଙ୍କ ପରିଚୟ ମିଳିପାରିବ । ଅଘଟଣ ପରେ ଛୁ’ ମାରିଛନ୍ତି ଠିକାଦାର ଓ ସୁପରଭାଇଜର । ଗୁରୁତରଙ୍କୁ ପ୍ରଥମେ ଅଠାନ୍ତର ପରେ ଭୁବନେଶ୍ୱର ଛ’ନମ୍ବର ମେଡ଼ିକାଲକୁ ସ୍ଥାନାନ୍ତର । ଦୁଇ ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ବାଲିପାଟଣା ପୋଲିସ୍ ।