କେଦାରନାଥରେ ବଡ଼ ଦୁର୍ଘଟଣା, ପାହାଡ଼ରୁ ପଥର ଖସି ଦୁଇ ଜଣଙ୍କ ଜୀବନ ଗଲା

0

ଉତ୍ତରାଖଣ୍ଡର କେଦାରନାଥରେ ବଡ ଅଘଟଣ । କେଦାରନାଥ ଯାତ୍ରା କରୁଥିବା କିଛି ତୀର୍ଥଯାତ୍ରୀଙ୍କୁ ଦୁର୍ଘଟଣାର ସାମ୍ନା କରିବାକୁ ପଡ଼ିଛି । ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାର କେଦାରନାଥ ଧାମକୁ ତୀର୍ଥଯାତ୍ରା ରାସ୍ତାରେ ଜଙ୍ଗଲଚଟି ଘାଟ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପାହାଡ଼ରୁ ହଠାତ୍ ପଥର ଖସିପଡ଼ିବାରୁ ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି ଓ ଜଣେ ତୀର୍ଥଯାତ୍ରୀ ନିଖୋଜ ଥିବାର ମଧ୍ୟ ସୂଚନା ମିଲିଛି।

ତୀର୍ଥଯାତ୍ରୀମାନେ ପବିତ୍ର ଧାମ ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଘଟଣା ଜଣାପଡିବା ମାତ୍ରେ ରୁଦ୍ରପ୍ରୟାଗ ପୋଲିସ ଏବଂ ଡିଡିଆରଏଫ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ରିଲିଫ ଏବଂ ଉଦ୍ଧାର କାର୍ୟ୍ୟ ଶୀଘ୍ର ଆରମ୍ଭ କରାଯାଇଥିଲା, ଏବଂ ଆହତମାନଙ୍କୁ ତୁରନ୍ତ ସହାୟତା ଯୋଗାଇ ଦିଆଯାଇଥିଲା । ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରିବାରେ ପୋଲିସ ଚେଷ୍ଟା ଜାରି ରଖିଥିଲା