ସଡକ ଦୁର୍ଘଟଣା,୨ମୃତ

0

(ମମତା ସାମଲ)ରିପୋର୍ଟସଟୁଡେ: ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡା ଥାନା ଅନ୍ତର୍ଗତ ଉଜ୍ଜଳପୁର ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକ ଓ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ସେମାନେ ହେଲେ ଉଜ୍ଜଳପୁର ଗ୍ରାମର ନିରଞ୍ଜନ ସା ଓ ପ୍ରଦୀପ ଚୌଧୁରୀ ।
ସୂଚନାଅନୁଯାୟୀ,ନିରଞ୍ଜନ ଓ ପ୍ରଦୀପ ଦୁଇ ଜଣ ବାଇକରେ ଘରକୁ ଫେରୁଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସେମାନଙ୍କୁ ସାମ୍ନା ପଟୁ ଧକ୍କା ଦେଇଥିଲା । ଫଳରେ ୨ ଜଣ ଘଟଣା ସ୍ଥଳରେ ପ୍ରାଣ ହରାଇଥିଲେ । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି । ଦୁର୍ଘଟଣାରେ ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଅଭିଯୁକ୍ତକୁ ଗିରଫ କରିବାକୁ ଦାବି କରାଯାଇଛି । ପୋଲିସ ଘଟଣା ସ୍ଥଳରେ ପହଁଚି ଟ୍ରକକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି ।