ଗଞ୍ଜମ ଜିଲ୍ଲା /ରଜନୀକାନ୍ତ ପାତ୍ର: ଗଞ୍ଜମ ଜିଲ୍ଲା ହିଞ୍ଜିଳିକାଟୁ ନୂଆ ମେଡିକାଲ ଛକ ନିକଟରେ ଦୁର୍ଘଟଣା। ଦୁର୍ଘଟଣାରେ ଶିକିରି ଗ୍ରାମର ଗୌରାଙ୍ଗ ବରାଡ଼ଙ୍କ ଗାଡି ଏକ୍ସେଲ ଟିଭିସିରେ ନିଆଁ ଲାଗିଯାଇଥିଲା । ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଗୌରାଙ୍ଗ ବରାଡ଼ଙ୍କ ଗାଡିରେ ନିଆଁ ଲାଗିଯାଇଥିଲା । ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ । କିନ୍ତୁ ସେତବେଳକୁ ଗାଡିଟି ସମ୍ପୂର୍ଣ୍ଣ ପୋଡିଯାଇଥିଲା ।