ଝାଡଖଣ୍ଡ: ଝାଡ଼ଖଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା । ବକାରୋ-ରାମଗଡ଼ ନ୍ୟାସନାଲ ହାଇଓ୍ବେରେ ଏହି ଦୁର୍ଘଟଣା ହୋଇଛି । ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ହୋଇଛନ୍ତି । ବୋକାରୋ ଜିଲା କସମାର ଥାନା ରାମଗଡ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି । ଛିଡା ହୋଇଥିବା ଟ୍ରାକ୍ଟର-ଟ୍ରଲରକୁ ପଛରୁ ଏକ ବୋଲେରା ଧକ୍କା ଦେଇଥିଲା । ବୋଲେରୋରେ ଥିବା ୮ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ହୋଇଛି । ବକାରୋ ଜିଲ୍ଲାର ଦାନ୍ତୁ ଗାଁ ନିକଟରେ ଏହି ଦୁର୍ଘଟଣା ହୋଇଛି । ଜାତୀୟ ରାଜପଖରେ ପ୍ରଥମେ ଟ୍ରାକ୍ଟର ଏବଂ ଟ୍ରେଲର ମଧ୍ୟରେ ଧକ୍କା ହୋଇଥିଲା । ଏହାର କିଛି ସମୟ ପରେ ଉଭୟ ଗାଡ଼ିକୁ ଦ୍ରୁତଗତିରେ ଆସୁଥିବା ଏକ ବୋଲେରୋ ଧକ୍କା ଦେଇଥିଲା । ଫଳରେ ଏଥିରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ଭାବେ ଆରମ୍ଭ ହୋଇଛି । ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ରେସକ୍ୟୁ କରି ଜରିଡିହୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।