ଛାତର ସେଣ୍ଟ୍ରିଂ ବାହାର କରିବା ବେଳେ ଅଘଟଣ: ୨ମୃତ

0

ଗଞ୍ଜାମ: ନିର୍ମାଣାଧୀନ ଘର ଛାତର ସେଣ୍ଟ୍ରିଂ ବାହାର କରିବା ବେଳେ ଘଟଛି ଅଘଟଣ । ଏଭଳି ଦୁର୍ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଆସିକା ଥାନା କର୍ପୁର ନୂଆଗାଁରେ । ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି ।
ସୂଚନା ଅନୁଯାୟୀ , ଛାତ ସେଣ୍ଟ୍ରିଙ୍ଗ ବାହାର କରିବା ସମୟରେ ଲୁହା ରଡ ଓ ମାଟି ପଡି ଦୁଇ ଶ୍ରମିକ ମୃତ । ଦୁଇ ଶ୍ରମିକ ହେଲେ ଭେଟନଇ ଗ୍ରାମର ନିରଞ୍ଜନ ମହାନ୍ତି ଓ ବାଲିମାଳା ଗ୍ରାମର ଖାଦାଳ ସେଠୀ । କର୍ପୁର ନୂଆଗାଁରେ ଗୋଟିଏ ନିର୍ମାଣାଧିନ ଘର ଛାତର ସେଣ୍ଟ୍ରିଙ୍ଗ ଉଭୟ ଖୋଳୁଥିଲେ । ଲୁହାରଡ, ପଟା ଓ ଅନ୍ୟାନ ଜିନିଷ ସେମାନଙ୍କ ଉପରେ ପଡି ଯାଇଥିଲା । ଫଳରେ ଉଭୟ ଗୁରୁତର ହୋଇପଡିଥିଲେ । ତୁରନ୍ତ ତାଙ୍କୁ ସ୍ଥାନୀୟ ଲୋକେ ଉଭୟଙ୍କୁ ଚିକିତ୍ସା ନିମନ୍ତେ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।