ଝିଅ ଦେଖିବା ପାଇଁ ଯାଇ ଫେରିବା ବେଳେ ଦୁର୍ଘଟଣା , ବାଇକ ସହ ଧକ୍କା ହୋଇ କେନାଲରେ ପସିଲା କାର୍ :  ଦୁଇ ମୃତ

0

 କଳାହାଣ୍ଡ:  ଝିଅ ଦେଖିବା ପାଇଁ ଯାଇ ଫେରିବା ବେଳେ ଦୁର୍ଘଟଣା।କେନାଲ ପାଣିରେ ଚାପି ହୋଇ ଶିଶୁ ସହ ବୃଦ୍ଧ ଦୁଇ ମୃତ ଆଉ ୩ ଜଣ ଗୁରୁତର ହୋଇଛନ୍ତି । ଘଟଣାରେ ରେଙ୍ଗାଲପାଳି ଗାଁ ର  ଲାଲଧର ରାଉତ( ୮୨) ଓ  ୫ ବର୍ଷର ପୁଅର ମୃତ୍ୟୁ ହୋଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ ଜୟପାଟଣା ବ୍ଲକ ରେଙ୍ଗାପାଲି ଗାଁର ବଲଦେବ ରାଉତଙ୍କ ପରିବାରର ୧୧ ଜଣ ସଦସ୍ୟ କଲମପୁର ବ୍ଲକର ନୂଆଗାଁକୁ ଏକ କାର ଯୋଗେ ଝିଅ ଦେଖିବା ପାଇଁ ଯାଇଥିଲେ । ହେଲେ ଫେରିବା ବେଳେ  କେନାଲ ରାସ୍ତାରେ ଏକ ବାଇକ ସହ ମୁହାଁମୁହିଁ ହେବା ପରେ ଗାଡି ଭାରସାମ୍ୟ ହରାଇ ଠେଲକୋମୁଣ୍ଡା ଦେଇ ଯାଇଥିବା ବାମ କେନାଲ ଭିତରେ ପଡିଯାଇଥିଲା ।  ଦୁର୍ଘଟଣା ପରେ ଅଞ୍ଚଳବାସୀ ପରିବାର ଲୋକଙ୍କୁ ଉଦ୍ଧାର କରିଥିବା  ବେଳେ ପରେ ଜୟପାଟଣା ଅଗ୍ନିଶମ ବିଭାଗ ପହଞ୍ଚି ନିଖୋଜ ଥିବା ଶିଶୁକୁ ଉଦ୍ଧାର କରିଥିଲା।ଉଦ୍ଧାର ପରେ ଶିଶୁ ର ମୃତ୍ୟୁ ହୋଇସାରିଥିଲା ।  ତେବେ ଆହତ ମାନଙ୍କୁ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।