ଗୋପ/ ଜୟନ୍ତ ସେଠି: କୋଣାର୍କ ଥାନା ଅନ୍ତର୍ଗତ କୋଣାର୍କ – କାକଟପୁର ରାସ୍ତା ଜୟଦେବ ବିହାର ସମ୍ମୁଖରେ ପେପର ହକରକୁ ବାଇକ ଦେଲା ଧକ୍କା, ଅଳ୍ଳକେ ବର୍ତିଲେ ପେପର ହକର। ସୂଚନା ଥାଉକି ପ୍ରତିଦିନ ପରି ଆଜି ହକର ରାଜା ସ୍ବାଇଁ ସକାଳୁ ସାଇକେଲ ଧରି ପେପର ନେଇ କାକଟପୁର ରାସ୍ତାରେ ଯାଉଥିବା ବେଳେ କୋଣାର୍କର ବରିଷ୍ଠ ବ୍ୟବସାୟୀ ଜୟଦେବ ଭବନ ଠାରେ ମାଲ ବୋଝେଇ ବଡ ଟ୍ରକ ଦୁଇପଟ ରାସ୍ତାରେ ଛିଡ଼ାହୋଇ ରହିଥିବାବେଳେ ଆଗରୁ ଆସୁଥିବା ଏକ ବାଇକି ହକର ଙ୍କୁ ଧକ୍କା ଦେଇଛି , ଫଳରେ ମୁଣ୍ଡ ଫାଟିଥିବା ବେଳେ ଗୋଡରେ ଶକ୍ତ ଆଘାତ ଲାଗିଥିଲା,ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଓ ଚମ୍ପାହର ଅଗ୍ନିଶମ ବିଭାଗ ପକ୍ଷରୁ ଉନ୍ଧାର କରି ଗୋପ ମେଡିକାଲ ପରେ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ରାଜାଙ୍କୁ ଭୂବନେଶ୍ୱର ସ୍ଥାନାନ୍ତର କରାଯାଇଛି । କୋଣାର୍କ ବଜାର ରାସ୍ତା ପାର୍ଶ୍ଵରେ ମନଇଛା ବିଭିନ୍ନ ସ୍ଥାନରେ ବଡ ଗାଡି ରଖୁଥିବାରୁ ଏପରି ସବୁବେଳେ ଦୃର୍ଘଟଣା ଘଟୁଥିବା ଜଣାପଡିଛି |