ବିଷମ କଟକ(ରବିନ୍ଦ୍ର କୁମାର ସାହୁ) : ଚଳିତ ବର୍ଷରୁ କେନ୍ଦ୍ରସରକାର ଆବାସ ଯୋଜାନା ଆବେଦନର ହିତାଧିକାରୀ ଚୟନ ପକ୍ରିୟାରେ କୋହଳ କରିଛନ୍ତି । ହିତାଧିକାରୀ ଚୟନ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟାକ୍ରମ ପଞ୍ଚାୟତ କାର୍ଯ୍ୟାଳୟ ମାନଙ୍କରେ ଆରମ୍ଭ କରାଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମରେ କିପରି ଅଧିକ ରୁ ଅଧିକ ଲୋକ ଯୋଗ ଦେଇ ଯୋଜନାର ସରଳିକରଣ ସମ୍ବନ୍ଧରେ ସହଜରେ ଜାଣିପାରିବେ ସେଥିପ୍ରତି ଗୁରୁତ୍ୱ ଦେବା ନିମନ୍ତେ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହି ମର୍ମରେ ବିଷମ କଟକ ବ୍ଲକ ତରଫରୁ ଗତ କାଲି ଠାରୁ ପ୍ରଚାର ରଥ ଗାଁ ଗାଁ ବୁଲି ଆବାସ ଯୋଜାନ ଆବେଦନ ସମ୍ବନ୍ଧରେ ପ୍ରଚାର କରିବା ସହ ଗ୍ରାମ ପଞ୍ଚାୟତ ମାନଙ୍କରେ ହେଉଥିବା ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେବା ନିମନ୍ତେ ଡାକବାଜି ମାଧ୍ୟମରେ ପ୍ରଚାର କରିଛି । ଆବସ ଯୋଜାନ ନିମନ୍ତେ ପୂର୍ବରୁ ରହିଥିବା ମାନଦଣ୍ଡରେ ପରିବର୍ତନ ଆଣିଛନ୍ତି । ବର୍ତମାନ ଦୁଇ ଚକିଆ ଯାନ, ଫ୍ରିଜ ଅଥବା ଲ୍ୟାଣ୍ଡଲାଇନ ଫୋନ ଥିବା ପରିବାରଙ୍କୁ ମଧ୍ୟ୍ୟ ଅଯୋଗ୍ୟ ବିବେଚନା କରାଯିବ ନାହିଁ । ଯୋଗ୍ୟ ହିତାଧିକାରୀଙ୍କ ନିମନ୍ତେ ପରିବାରର ମାସିକ ଆୟର ସୀମା ୧୦ ହଜାର ଟଙ୍କାରୁ ୧୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ପରିବର୍ତ୍ତିତ ଯୋଗ୍ୟତା ମାନଦଣ୍ଡ ଆଧାରରେ ବଳକା ଥିବା ସମସ୍ତ ଯୋଗ୍ୟ ପରିବାରଙ୍କୁ ଚିହ୍ନଟ କରି ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଗୃହ ମଞ୍ଜୁର ଲକ୍ଷ୍ୟରେ ସରକାର ନୂତନ ସର୍ଭେ ଆରମ୍ଭ କରିବାକୁ ଯାଉଛନ୍ତି। ପୂର୍ବର ସମସ୍ତ ସର୍ଭେ କେବଳ କ୍ଷେତ୍ର କର୍ମଚାରୀଙ୍କ ଦ୍ବାରା ହେଉଥିବା ସ୍ଥଳେ, ବର୍ତମାନ ଆଶାୟୀ ପରିବାର ମଧ୍ୟ ନିଜର ସର୍ଭେ କରିପାରିବା ଏହି ସର୍ଭେର ଏକ ପ୍ରମୁଖ ବିଶେଷତ୍ଵ । ଏହା ଦ୍ବାରା ଯୋଗ୍ୟ ହିତାଧିକାରୀଙ୍କର ସର୍ଭେରୁ ବାଦ ପଡ଼ିବା ଆଶଙ୍କା ଦୂର ହୋଇ ପାରିବ ଓ ସେମାନେ ତାଲିକାଭୁକ୍ତ ହୋଇପାରିବେ । ଏ ସମ୍ପର୍କରେ ଜନସାଧାରଣଙ୍କୁ ତାଲିମ ଦେବା ପାଇଁ ପ୍ରତ୍ୟେକ ପଞ୍ଚାୟତରେ ଏକ କର୍ମଶାଳା ଆୟୋଜନ କରାଯାଉଛି । ଏହି କର୍ମଶାଳାରେ ହିତାଧିକାରୀଙ୍କୁ ନିଜ ଦ୍ବାରା ସର୍ଭେ କରିବାର ପ୍ରଣାଳୀ ବୁଝାଇବା ସହିତ ସର୍ଭେ ସମୟରେ ଆବଶ୍ୟକ ହେଉଥିବା ପରିବାର ସଦସ୍ୟଙ୍କ ଆଧାର, ଜବ କାର୍ଡ, ବ୍ୟାଙ୍କ ଜମା ଖାତା ବିବରଣୀ ଇତ୍ୟାଦି ସଂକ୍ରାନ୍ତୀୟ ତଥ୍ୟକୁ ପ୍ରସ୍ତୁତ ରଖିବା ପାଇଁ ଜଣାଇ ଦିଆଯାଉଛି ।ବ୍ଲକ କର୍ମଚାରୀ ଗ୍ରାମର ପ୍ରତ୍ୟେକ ସାହିକୁ ଗସ୍ତ କରି ଗୃହହୀନ ଏବଂ କଚ୍ଚା ଘରେ ରହୁଥିବା ସମସ୍ତ ପରିବାରଙ୍କୁ ସର୍ଭେରେ ଅନ୍ତର୍ଭୁକ୍ତ କରିବେ। ସର୍ଭେ ସମୟରେ ନିଜକୁ ଯୋଗ୍ୟ ମନେ କରୁଥିବା ସମସ୍ତ ପରିବାରଙ୍କୁ ତାଲିକାଭୁକ୍ତ କରାଯିବ । ଆଜି ପ୍ରଥମ ଦିନରେ ବିଷମ କଟକ ବ୍ଲକର ବିଷମ କଟକ,ଚାଚଡାଗୁଡା,ବେଥିଆପଡା,ଭାତପୁର,ଦୁର୍ଗୀ,ଡୁମୁରିଳେନି,ଡୁକୁମ୍,ଚାଟିକୋଣା ଏବଂ ଡାଲିଆକୁଜି ଗ୍ରାମ ପଞ୍ଚାୟତରେ ସଚେତନତା ଶିବର ଆରମ୍ଭ ହୋଇଯାଇଥିବା ବେଳେ ବଳକା ଗ୍ରାମପଞ୍ଚାୟତରେ ଆସନ୍ତାକାଲି ଠାରୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭହେବ ।