ବ୍ୟୁରୋ : ରାଜ୍ୟରେ ବଢିଛି ଜଙ୍ଗଲ। 2003 ମସିହା ପ୍ରକାଶିତ ତଥ୍ୟ ଅନୁସାରେ ଓଡିଶାରେ ସମୁଦାୟ ଜଙ୍ଗଲର ପରିମାଣ 48,366 ବର୍ଗ କି.ମି. ଥିଲା । ସଦ୍ୟତମ India State of Forest Report-2023 ଅନୁଯାୟୀ ଓଡିଶାରେ ସମୁଦାୟ ଜଙ୍ଗଲର ପରିମାଣ 52, 433.56 ବର୍ଗ କି.ମି. ଅଛି । ବନ (ସଂରକ୍ଷଣ ଏବଂ ସମ୍ବଦ୍ଧନ) ଅଧୁନିୟମ, ୧୯୮୦ ର ପ୍ରାବଧାନ ଅନୁଯାୟୀ ରାଜ୍ୟରେ ବିଗତ ୨୦ ବର୍ଷରେ ମୋଟ ୩୯,୦୮୪.୮୩୦ ହେକ୍ଟର ଜଙ୍ଗଲ ଜମିକୁ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ୪୨୭ଗୋଟି ଉନ୍ନୟନମୂଳକ କାର୍ଯ୍ୟ ନିମନ୍ତେ ଚୁଡାନ୍ତ ଅନୁମୋଦନ ପ୍ରଦାନ କରିଛନ୍ତି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଗୃହରେ ଲିଖିତ ଉତ୍ତର ରଖିଛନ୍ତି।