ଭୁବନେଶ୍ୱର: ବାତ୍ୟା ଦାନା ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା | ପାଣିପାଗ ବିଭାଗ ଆକଳନ ଅନୁଯାୟୀ ମଧ୍ୟ ରାତ୍ରରେ ଭିତରକନିକାରେ ଲ୍ୟାଣ୍ଡଫଳ କରିବାର ସମ୍ଭାବନା ଅଛି | ରାତି 1 ରୁ 2 ଭିତରେ ଲ୍ୟାଣ୍ଡଫଲ ସମ୍ଭାବନା | ମନ୍ତ୍ରୀ ମାନେ ଜିଲ୍ଲା ଗସ୍ତରେ ଯାଇ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତୁ | ବରିଷ୍ଠ ଅଧିକାରୀମାନେ ମଧ୍ୟ ଜିଲ୍ଲାରେ ଉପସ୍ଥିତି ଅଛନ୍ତି | ସଠିକ ଢଙ୍ଗରେ ସମସ୍ତ ବ୍ୟବସ୍ଥା କରାଯାଇଛି | 10 ଲକ୍ଷ ଟାର୍ଗେଟ ରଖିଥିଲୁ କିନ୍ତୁ ପରବର୍ତ୍ତେ ସମୟରେ ଦିଗ ବଦଳିବାରୁ 3 ଲକ୍ଷ 62 ହଜାର ଲୋକଙ୍କୁ ସ୍ଥାନାନ୍ତରିତ ଲକ୍ଷ୍ୟ ରହିଥିଲା | ଶତ ପ୍ରତିଶତ ଲୋକଙ୍କୁ ସ୍ଥାନାନ୍ତରିତ ପାଈଁ ଜିଲ୍ଲାପାଳ ମାନଙ୍କୁ ନିର୍ଦେଶ ଦିଆଯାଇଥିଲା | ସମସ୍ତ ଅଧିକାରୀ ସକ୍ରିୟ ଭାବେ କାମ କରି 5 ଲକ୍ଷ 84 ହଜାର 888 ଲୋକଙ୍କୁ ସ୍ଥାନନ୍ତରିତ କରାଯାଇଛି 8383 ବାତ୍ୟା ଆଶ୍ରୟସ୍ଥଳ କରାଯାଇଛି | ଜିଲ୍ଲାରେ ଥିବା ମନ୍ତ୍ରୀ ବିଧାୟକ ଏବଂ ଅଧିକାରୀଙ୍କ ସହ ଆଲୋଚନା କରିଛି | ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ସହ ଆଲୋଚନା କରିଛି | କେନ୍ଦ୍ର ସରକାର ପ୍ରସ୍ତୁତ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି | ବାଲେଶ୍ବର ଜିଲ୍ଲା 1 ଲକ୍ଷ 72 ହଜାର 916, ମୟୁରଭଂଜ 1 ଲକ୍ଷ, ଭଦ୍ରକ 75 ହଜାର, ଯାଜପୁରରେ 58 ହଜାର, କେନ୍ଦ୍ରାପଡା 46 ହଜାର ଲୋକଙ୍କୁ ସ୍ଥାନନ୍ତରିତ କରାଯାଇଛି ମା ଗୃହକୁ 4 ହଜାର 431 ଜଣଙ୍କୁ ସ୍ତାନାନ୍ତରିତ କରାଯାଇଥିବା ବେଳେ 1600 ମହିଳା ଗର୍ଭ ଦାନ କରି ସୁରକ୍ଷୀତ ଅଛନ୍ତି | ବାତ୍ୟା ଆଶ୍ରୟ ସ୍ଥଳୀରେ ଶୁଖିଲା ଖାଦ୍ୟ, ଶିଶୁଙ୍କ ଖାଦ୍ୟ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି | ରେଡ଼କ୍ରସ ଠାରେ ରିଲିଫ ପ୍ରସ୍ତୁତିର ମଧ୍ୟ ସମୀକ୍ଷା କରିଛି | ବାତ୍ୟା ପରବର୍ତ୍ତୀ ମୁକାବିଲା ପାଈଁ ପରିବହନ ସ୍ୱାଭାବିକ, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ସେବା ମରାମତି ପାଈଁ ଟିମ ପ୍ରସ୍ତୁତ ହୋଇ ମୁତୟନ ଅଛନ୍ତି | ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ସୂଚନା ଆସିନାହିଁ | ଲ୍ୟାଣ୍ଡଫଲ ପରେ ଯେଉଁ ଯେଉଁ ଜିଲ୍ଲାକୁ ପ୍ରଭାବିତ କରିବ, ଢେଙ୍କାନାଳ, ଅନୁଗୁଳରେ ମଧ୍ୟ ସ୍ଥାନାନ୍ତରିତ ଏବଂ ବ୍ୟାପକ ପ୍ରସ୍ତୁତି ନେଇ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି | ସମସ୍ତ ପଦକ୍ଷେପ ସରକାର ସଫଳ ହେବ | ଜିରୋ କାଜୁଆଲିଟି ମିଶନ ମଧ୍ୟ ହେବ | ଆତଙ୍କିତ ନହୋଇ ସମସ୍ତେ ଯେଉଁଠି ଅଛନ୍ତି ସୁରକ୍ଷୀତ ରୁହନ୍ତୁ |