ବୋଲେରୋ-ଅଟୋ ମୁହାଁମୁହିଁ, ଶ୍ରମିକ ଗୁରୁତର

0

ଉଦଳା, ଦୀପକ ମିଶ୍ର : କପ୍ତିପଦା ଥାନା ଶାଳଚୁଆ ବିଦ୍ୟାଧର ନଗରର ୯ ଜଣ ଶ୍ରମିକ ଏକ ଅଟୋରେ ଉଦଳା ଥାନା ରାଢୋ ଅଂଚଳକୁ ଆସୁଥିଲେ । ରାଢୋ ଗ୍ରାମରେ ସେମାନେ ବିଲରେ ତଳିରୁଆ କାମ କରିବା ନିମନ୍ତେ ଆସୁଥିବା ବେଳେ ଉଦଳା-କପ୍ତିପଦା ରାଜ୍ୟ ରାଜପଥର ହୋଣ୍ଡା ସୋ ରୁମ୍ ନିକଟରେ ରାସ୍ତାରେ ଏକ ଗୋରୁ ରହିଥିବାରୁ ବିପରୀତ ଦିଗରୁ ଆସୁଥିବା ଏକ ବୋଲେରୋକୁ ଅଟୋଟି ମୁହାଁମୁହିଁ ଧକ୍କା ଦେଇଥିଲା । ପରେ ଉଭୟ ଗାଡି ରାସ୍ତା ପାଶ୍ୱର୍କୁ ଓଲଟି ପଡିଥିଲେ । ଖବର ପାଇ ଉଦଳା ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଂଚି ଅଟୋ ଭିତରେ ଫଶି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତି କରିଥିଲେ । ତେବେ ଅଟୋରେ ୯ ଜଣ ଶ୍ରମିକ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୮ ଜଣ ମହିଳା ରହିଥିଲେ । ୯ ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ଅନ୍ୟମାନେ ଆହତ ହୋଇଛନ୍ତି । ଉଦଳା ପୋଲିସ୍ ଘଟଣାସ୍ଥଳରେ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି ।