ସଲମାନ ଖାନଙ୍କ ଘର ବାହାରେ ଗୁଳିକାଣ୍ଡ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ଆତ୍ମହତ୍ୟା

0

ମୁମ୍ବାଇ : ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଘର ବାହାରେ ଗୁଳିକାଣ୍ଡ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତର ଆତ୍ମହତ୍ୟା କରିଛି । ଏହି ମାମଲାରେ ଅଭିଯୁକ୍ତ ଭିକ୍କି ଗୁପ୍ତା, ସାଗର ପାଲ ଓ ଅନୁଜ ଥାପନ ପୋଲିସ ହେପାଜତରେ ରହିଛନ୍ତି । ତେବେ ଆତ୍ମହତ୍ୟା କରିଥିବା ଅଭିଯୁକ୍ତର ନାଁ ଅନୁଜ ଥାପନ ବୋଲି ଜଣାପଡିଛି ।
ପୋଲିସର କହିବା ଅନୁଯାୟୀ ଅଭିଯୁକ୍ତ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା । ଗୁରୁତର ଅବସ୍ଥାରେ ତାକୁ ଜେଟି ଅସ୍ପିଟାଲ ନିଆଯାଇଥିଲା । ହେଲେ ସେଠାରେ ତାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ତେବେ ମୃତକ ଅନୁଜ ଉପରେ ସଲମାନଙ୍କ ଘର ବାହାରେ ଗୁଳିକାଣ୍ଡ ଘଟାଇଥିବା ସୁଟରଙ୍କୁ ହତିଆର ଯୋଗାଇବା ଅଭିଯୋଗ ଥିଲା ।
ସୂଚନା ଅନୁଯାୟୀ, ଏପ୍ରିଲ ୧୪ ତାରିଖ ରବିବାର ସକାଳେ ସଲମନ ଖାନଙ୍କ ଘର ଉପରକୁ କିଛି ବ୍ୟକ୍ତି ଗୁଳି ଚଳାଇଥିଲେ । ଏହାପରେ ଅଜଣା ବ୍ୟକ୍ତିମାନେ ଫେରାର ହୋଇଯାଇଥିଲେ । ସେପଟେ ଏହି ଗୁଳିକାଣ୍ଡ ପାଇଁ ଲରେନ୍ସ ବିଷ୍ଣୌଇ ଗ୍ୟାଙ୍ଗ ନିଜକୁ ଦାୟି କରିଥିଲା । ଏହି ମାମଲାରେ ପୋଲିସ ୩ ଅଭିଯୁକ୍ତଙ୍କୁ ମେ’୮ ତାରିଖ ପର୍ୟ୍ୟନ୍ତ ପୋଲିସ ହେପାଜତକୁ ନେଇଥିଲା । ହେଲେ ତା ମଧ୍ୟରୁ ଅନୁଜ ଥାପନ ଆଜି ପୋଲିସ ହେପାଜତରେ ଆତ୍ମହତ୍ୟା କରିଦେଇଛନ୍ତି ।