ପ୍ରେମ ନିବେଦନ କରିବାରୁ ଥାନାରେ ଏତଲା , ଜେଲ ଗଲେ ଅଭିଯୁକ୍ତ ପାପା

0

ଚିଲିକା / ଦିବ୍ୟକାନ୍ତ  ବେହେରା : ଦିନକୁ ଦିନ ବଢିଚାଲିଚି ମହିଳାମାନଙ୍କ ପ୍ରତି ଶୋଷଣ ଆଉ ଅତ୍ୟାଚାର। କଠୋର ଦଣ୍ଡ ବ୍ୟବସ୍ଥା ଥାଇ ମଧ୍ୟ ମହିଳାମାନଙ୍କ ପ୍ରତି ଅତ୍ୟାଚାର ଆଉ ଶୋଷଣ ଥମିବାର ନାଁ ଧରୁନାହିଁ। ଶେଷରେ ମହିଳାମାନେ ଅତ୍ୟାଚାର ସହ୍ୟ କରିନପାରି ଆତ୍ମହତ୍ୟା କରୁଥିବା ଦେଖିବାକୁ ମିଳିଛି।

ସୂଚନା ଥାଉକି ଖୋର୍ଦ୍ଧାଜିଲ୍ଲା ଅନ୍ତର୍ଗତ ବାଲୁଗାଁ ମୁସିଲିମ୍ ସାହିର ଯୁବକ ପାପା ଓରଫ୍ ସାଜିଦ୍ ଖାନ ଧୂଆଁଳ ଗ୍ରାମର କୁଳମଣିଙ୍କ ସ୍ତ୍ରୀ ଲକ୍ଷ୍ମୀପ୍ରିୟା ସକାଳ ସମୟରେ ଗାଁ ରାସ୍ତାରେ ଯାଉଥିବା ସମୟରେ ସାଜିଦ ଖାନ ଲକ୍ଷ୍ମୀପ୍ରିୟାଙ୍କ ହାତକୁ ବଳପୂର୍ବକ ଭିଡି ପ୍ରେମ ପାଇଁ ନିବେଦନ କରିଥିଲା। ଲକ୍ଷ୍ମୀପ୍ରିୟା ସାଜିଦର କାର୍ଯ୍ୟକଳାପ ଦେଖି ମନା କରିଦବାରୁ ସାଜିଦ୍ ଲକ୍ଷ୍ମୀପ୍ରିୟାଙ୍କ ଉପରେ ରାଗିଯାଇ ସର୍ବସମ୍ମୁଖରେ ହତ୍ୟା କରିବାକୁ ଧମକ ଦେଇଥିଲା। ଗାଁ ଭିତରେ ଏଭଳି ଘଟଣାକୁ ସହ୍ୟ କରିନପାରି ତୁରନ୍ତ ଲକ୍ଷ୍ମୀପ୍ରିୟା ବାଲୁଗାଁ ଥାନାରେ ପହଞ୍ଚି ଏକ ଲିଖିତ ଅଭିଯୋଗ କରିଥିଲେ।  ବାଲୁଗାଁ ଆଇ ଆଇ ସି ଜୟପ୍ରକାଶ ପରିଡା ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଚଳାଇଥିଲେ। ଲକ୍ଷ୍ମୀପ୍ରିୟାଙ୍କ ଅଭିଯୋଗ ଆଧାରରେ ୨୦୭/୨୦୨୩ ମାମଲା ପଞ୍ଜିକୃତ କରି  ସଙ୍ଗିନ ଦଫା ୩୪୧,୩୫୪,୩୫୪(ଖ),୩୫୪(ଘ) ଏବଂ ୫୦୬ ରୁଜୁ କରି ପୋଲିସି ସାଜିଦିକୁ ଚିଲିକାବ୍ଲକ ବିଚାର ବିଭାଗୀୟ ଅଦାଲତକୁ ପଠାଇଦେଇଛି। ଲକ୍ଷ୍ମୀପ୍ରିୟା ବାଲୁଗାଁ ଏମ୍ ବଜାରରେ (M Bazaar) କାର୍ଯ୍ୟ ସାରି ରାତି ୧୦ରେ ଘରକୁ ଫେରନ୍ତି। ଲକ୍ଷ୍ମୀପ୍ରିୟା ଏବଂ ତାଙ୍କ ପରିବାର ଭୟଭୀତ ଅବସ୍ଥାରେ ଥିବାବେଳେ ଲକ୍ଷ୍ମୀପ୍ରିୟାଙ୍କ ତିନୋଟି ଝିଅ ଥିବା କହି ଦୁଃଖ ପ୍ରକାଶ କରିଛନ୍ତି ପରିବାରଲୋକେ।