ବାଲେଶ୍ଵର ଏକ ହତ୍ୟା ଘଟଣାରେ ଅଭିଯୁକ୍ତ କୁ ଆଜୀବନ କାରାଦଣ୍ଡ । ରାୟ ଶୁଣାଇଛନ୍ତି ବାଲେଶ୍ଵର ସ୍ଵତନ୍ତ୍ର ଓ ପି ଆଇ ଡି କୋର୍ଟ ଜର୍ଜ ବିଶ୍ୱଜିତ ଦାସ । ଅଭିଯୁକ୍ତ ସମରେନ୍ଦ୍ର ମଲିକ ବାଇଧର ବରସଲକୁ ଜମି ହିଡ ଘଟଣାକୁ କେନ୍ଦ୍ର କରି ହତ୍ୟା କରିଥିଲା । ସମରେନ୍ଦ୍ର ମଲିକ କୁ ୧୫ ଜଣ ସାକ୍ଷୀ ଓ ୧୮ ଟି ଦଲିଲ ଦସ୍ତାବିଜକୁ ଆଧାର କରି ମାନ୍ୟବର କୋର୍ଟ ଆଜୀବନ କାରାଣ୍ଡାଦେଶ ସିହିତ ୫୦୦୦ ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣା ନୀଳଗିରି ଥାନା ଅଧୀନ ପିଛା ବଣିଆରେ ଘଟିଥିଲା । ନୀଳଗିରି ଥାନାରେ କେସ ନମ୍ବର -୨୨୧ ରେ ତା. ୮.୭.୨୨ u/s-୩୦୨ IPC/୨୭ Arms Act. Govt ରେ ଏକ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ସରକାର ଙ୍କ ପକ୍ଷରୁ ମକଦ୍ଦମା ପରିଚାଳନା କରୁଥିଲେ ସ୍ଵତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ ପଣ୍ଡା ଓ କେସ ର ତଦନ୍ତକାରୀ ଅଫିସର ଥିଲେ ବିରଞ୍ଚି ସାହୁ ।