ଆଚାର୍ଯ୍ୟ ବିହାର ବହୁ ଚର୍ଚିତ ଡବଲ ମର୍ଡର ଘଟଣା: ଆଜିବନ ସଜା ଶୁଣାଇଲେ କୋର୍ଟ

0

ଭୁବନେଶ୍ୱର : ଭୁବନେଶ୍ୱର ଆଚାର୍ଯ୍ୟ ବିହାର ବହୁ ଚର୍ଚିତ ଡବଲ ମର୍ଡର ଘଟଣା l  12 ବର୍ଷ ପରେ ଡବଲ ମର୍ଡର ହତ୍ୟାକାଣ୍ଡ ଘଟଣାର ରାୟ ଶୁଣାଇବେ ଅତିରିକ୍ତ ଦୌରା ଜଜ-3କୋର୍ଟ l  ଗିରଫ ହୋଇଥିବା 4 ଅଭିଯୁକ୍ତ ଙ୍କ ବିରୁଦ୍ଧରେ ଆଜିବନ ସଜା ଶୁଣାଇଲେ କୋର୍ଟ l  2012ମସିହା ସେପ୍ଟେମ୍ବର 13 ତାରିଖ ରେ ଆଚାର୍ଯ୍ୟ ବିହାରରେ ବୃଦ୍ଧ ଦମ୍ପତି ଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇ ଥିଲା l  ମୃତ ଦମ୍ପତି ଥିଲେ ଅବସର ପ୍ରାପ୍ତ ଇଞ୍ଜିନିଅର କୃଷ୍ଣ ବିହାରୀ ପାଣିଗ୍ରାହୀ ଓ ଜ୍ୟୋସ୍ନାଦେବି ପାଣିଗ୍ରାହୀ l  ଲୁଟ କରିବା ଉଦେଶ୍ୟ ରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା କରିଥିଲେ 4 ଅଭିଯୁକ୍ତ l  ଅଭିଯୁକ୍ତ ମାନେ ଭଡା ଘର ଖୋଜିବା ଉଦେଶ୍ୟରେ ଘରକୁ ଆସି ହତ୍ୟା କରିଥିଲେ l  ଅଭିଯୁକ୍ତ ମାନେ ହେଲେ ବିଜୟ ୟାଦବ. ରଣଜିତ ଜେନା, ପ୍ରିୟରଞ୍ଜନ ପତି, ବୁଟୁ ଜେନା l  ସେତେବେଳେ ବିଜୟ ୟାଦବ BBA ଛାତ୍ର ଥିବାବେଳେ ରଣଜିତ ଜେନା ଓ ପ୍ରିୟରଞ୍ଜନ ପତି MBA ଛାତ୍ର ଥିଲେ l  ଅନ୍ୟ  ଅଭିଯୁକ୍ତ ବୁଟୁ ଜେନା ଜଣେ ଦୋକାନୀ l