(ରିପୋର୍ଟସ ଟୁଡ଼େ)ଭୁବନେଶ୍ୱର: ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ କନ୍ଧମାଳ ଲୋକସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ଡକ୍ଟର ଅଚ୍ୟୁତ ସାମନ୍ତ । କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଡକ୍ଟର ସାମନ୍ତ ନାମାଙ୍କନ କରିଛନ୍ତି। ଦଳର ସବୁ ବିଜେଡି ନେତୃବୃନ୍ଦ,ସବୁବର୍ଗର ପ୍ରତିନିଧି ଓ ଶୁଭେଚ୍ଛୁଙ୍କ ସହ ଯାଇ ନାମାଙ୍କନ ଦାଖଲ କରିଛନ୍ତି ଡକ୍ଟର ଅଚ୍ୟୁତ ସାମନ୍ତ।
ଅତି ନିରାଡମ୍ବର ଭାବେ ବିଜେଡି ସମର୍ଥକ ଓ ନିଜର ଶୁଭେଚ୍ଛୁଙ୍କ ସହ ମାଦିକୁନ୍ଦା ଛକରୁ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ ।