ଧାନ କିଣାରେ ଅନିୟମିତତା ଓ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ

0

ଭୁବନେଶ୍ୱର: ଧାନ କିଣାରେ ଅନିୟମିତତା ଓ ଅବହେଳା ପାଇଁ ଦୁଇ ଜଣ ସମବାୟ ସମିତି କର୍ମଚାରୀ ଏବଂ ଜଣେ ନିୟନ୍ତ୍ରିତ ବଜାର କମିଟିର ସଦସ୍ୟଙ୍କୁ ବହିସ୍କାର କରାଯାଇଛି। ୫ଜଣ ସମବାୟ ସମିତି କର୍ମଚାରୀ ଜଣେ ନିୟନ୍ତ୍ରିତ ବଜାର କମିଟିର କର୍ମଚାରୀ ଙ୍କୁ ନିଲମ୍ବିତ କରାଯାଇଛି। ୬ଜଣ ସମବାୟ ସମିତିର ଧାନ କ୍ରୟ ଅଧିକାରୀ ଙ୍କୁ ଧାନ କିଣା ପ୍ରକ୍ରିୟାରୁ ଅବ୍ୟାହତି ଦିଆଯାଇଛି। ଜଣେ ମାର୍କେଟିଂ ଇନିସପ୍ଟର ଙ୍କୁ ନିଲମ୍ବନ କରାଯାଇଛି ଆଉ ଜଣେ ସପ୍ଲାଇ ଇନ୍ସପେକ୍ଟରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ୯ ଗୋଟି ମିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ୮ ଗୋଟି ଧାନ ବୋଝେଇ ଗାଡି କୁ ଜବତ୍ କରାଯାଇଛି। ଯୋଗାଣ ମନ୍ତ୍ରୀ ଙ୍କ ବ୍ୟକ୍ତି ଗତ ରାଜନୈତିକ ସଚିବ ଜୀବନ ଜ୍ୟୋତି ଗଡ଼ନାୟକ ଙ୍କ ନା ରେ ବିଧାୟକ ତାରାପ୍ରସାଦ ବାହିନୀପତି ଅଭିଯୋଗ ଆଣିଥିଲେ ମନ୍ତ୍ରୀ ଙ୍କ ନାଁ ରେ ସେ ଟଙ୍କା କଲେକ୍ସନ କରୁଛନ୍ତି | ଏହା ଉପରେ ମନ୍ତ୍ରୀ ଗୃହ ରେ ଉତ୍ତର ରଖି କହିଛନ୍ତି ଗତ  ନଭେମ୍ବର ୧୧ ତାରିଖରୁ ବହିସ୍କାର କରାଯାଇଛି।