ହାଟଡିହି /ବିଭୂତି ଭୂଷଣ ଜେନା: ଥାନାରୁ କଏଦୀ ଚମ୍ପଟ । କେନ୍ଦୁଝର ଆନନ୍ଦପୁର ଥାନାରୁ ଜଣେ ବିଚାରଧୀନ କଏଦୀ ଫେରାର ହୋଇଥିବା ଜଣାପଡ଼ିଛି । ଏହି ଘଟଣାରେ କେନ୍ଦୁଝର ଏସପି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ୩ଜଣ କର୍ମଚାରୀଙ୍କୁ ବଦଳି କରାଯାଇଛି । ଏମାନଙ୍କ ମଧ୍ୟରେ ଜଣେ ଏଏସଆଇ ଓ ଦୁଇ ଜଣ କନଷ୍ଟେବଳ ଅଛନ୍ତି । ଏଏସଆଇ ଅନୁପ ଲୁବୁନ ଏବଂ ଦୁଇ କନେଷ୍ଟବଳ ମିନାକ୍ଷୀ ମଲ୍ଲିକ, ବ୍ରଜକିଶୋର ନାୟକଙ୍କୁ ଜିଲ୍ଲା ହେଡକ୍ୱାର୍ଟରକୁ ବଦଳି କରାଯାଇଛି ।