ନକଲି ବିହନ ଯୋଗାଣକାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ ; କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ

0

ଭୁୁବନେଶ୍ୱର; ଚାଲିଛି ବିଧାନସଭା ଅଧିବେଶନ । ବିଧାନସଭା ଅଧିବେଶନର ଆଜି ହେଉଛି ଅଷ୍ଟମ ଦିନ। ଆଜି କୃଷି ଓ କୃଷକ ସଶକ୍ତି କରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଶକ୍ତି, ସମବାୟ, ମତ୍ସ୍ୟ ଓ ପଶୁ ସମ୍ପଦ, ବୟନ ଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଉପରେ ପ୍ରଶ୍ନକାଳ ରହିଛି। ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ଶାସକ ଦଳ । ସେହିଭଳି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀ ପତିଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ । ସେ କହିଛନ୍ତି, ସରକାରୀ ସ୍ତରରେ ଚାଷୀଙ୍କୁ ଦିଆଯାଉଥିବା ବିହନ ଯଦି ଗଜା ନହୁଏ କିମ୍ବା ଠିକ୍ ଭାବେ ଫସଲ ନଫଳେ ତେବେ ନିଆ ଯିବ କାର୍ଯ୍ୟାନୁଷ୍ଠାନ।