ସମୟସୀମା ଭିତରେ କାମ ନସାରିଲେ ଠିକାଦାରଙ୍କ ଉପରେ ହେବ ଆକ୍ସନ : ମନ୍ତ୍ରୀ

0

ଭୁବନେଶ୍ୱର : କ୍ୱାଲିଟିରେ କମ୍ପରମାଇଜ ନ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ | ସମୟ ସୀମା ସୁଦ୍ଧା କାମ ଶେଷ ନକଲେ ଦଣ୍ଡ ବିଧାନ ହେବ | ପେନାଲଟି ହେବା ସହ ଅନ୍ୟ କାର୍ଯ୍ୟାନୁଷ୍ଠାନ ବି କରିବେ ସରକାର | ପ୍ରକଳ୍ପ କାମ ପାଇଁ ବିଭାଗ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବ | ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ହୋଇଥିବା ବିସ୍ତୃତ ସମୀକ୍ଷା ବୈଠକରେ ନିଷ୍ପତି|

ବୈଠକରେ ବିଭାଗୀୟ ଅଧିକାରୀଙ୍କ ସହ ସମସ୍ତ ଏଜେନସି ଏବଂ ଠିକାଦାର ମାନେ ଉପସ୍ଥିତ ଥିଲେ | ରାଜ୍ୟର ସମସ୍ତ ରୋଡ଼, ବ୍ରିଜ, ବିଲଡିଂ, ଏନଏଚ ପ୍ରକଳ୍ପ, ଓବିସିସି ପ୍ରକଳ୍ପ ନେଇ ମନ୍ତ୍ରୀ ନେଇଥିଲେ ବିସ୍ତୃତ ସମୀକ୍ଷା | ଶହେ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ପ୍ରକଳ୍ପର ସମୀକ୍ଷା ହୋଇଥିଲା | ପ୍ରକଳ୍ପର ସ୍ଥିତି ନେଇ ଆଲୋଚନା ହେବା ସହ ପ୍ରକଳ୍ପ ଶେଷ ସମୟ ସୀମା ମଧ୍ୟ ଧର୍ଯ୍ୟ କରାଯାଇଛି | ଯେଉଁ ପ୍ରକଳ୍ପ ରେ ସମସ୍ୟା ଅଛି ସେ ନେଇ ଚର୍ଚ୍ଚା ଆଲୋଚନା ହୋଇଛି | ପୂର୍ବରୁ ଲମ୍ବା ସମୟ ଧରି ପ୍ରକଳ୍ପ କାମ ଚାଲୁଥିଲା | ବିଭାଗକୁ ଶୃଙ୍ଖଳିତ କରିବା ସହ ଅନ ଦ ସ୍ପଟ କିଛି ନିଷ୍ପତ୍ତି ହୋଇଛି | ଲମ୍ବା ସମୟ ପାଇଁ ଭିତ୍ତିଭୂମି ଏବଂ ରୋଡ଼ ନେଟୱାର୍କକୁ ସୁଦୃଢ କରିବାକୁ ବିସ୍ତୃତ ଆଲୋଚନା ହୋଇଛି|