ମହାପ୍ରସାଦ ନାଁରେ ଖଜା ବିକ୍ରି କଲେ ନିଆଯିବ କାଯ୍ୟାନୁଷ୍ଠାନ

0

ପୁରୀ: ଶ୍ରୀମନ୍ଦିର ବାହାରେ  ମହାପ୍ରସାଦ ନାଁରେ ଖଜା ବିକ୍ରି କଲେ ନିଆଯିବ କାଯ୍ୟାନୁଷ୍ଠାନ । ଏନେଇ ସୂଚନା ଦେଇଛନ୍ତି ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । କହିଛନ୍ତି ବଡ ଦାଣ୍ଡରେ  କିଛି ବ୍ୟବସାୟୀ  ମହାପ୍ରସାଦ ନାମରେ ଖଜା ବିକ୍ରି କରୁଛନ୍ତି । ଏହା ସମ୍ପୁର୍ଣ ଭୁଲ ।  ଏଥିରୁ ବିରତ ରହିବାକୁ ପରାମର୍ଶ ଦେଇଛନ୍ତି ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।