ପରଲୋକରେ ଅଭିନେତା ଅଖିଲ ମିଶ୍ରା

0

ମୁମ୍ବାଇ: ପରଲୋକରେ ଅଭିନେତା ଅଖିଲ ମିଶ୍ରା । ଫିଲ୍ମ ‘ଥ୍ରୀ ଉଡିୟଟ୍ସ’ରେ ଲାଇବ୍ରେରିଆନ ଭୂମିକାରେ ଅଭନୟ କରିଥିବା ଅଭିନେତା ଅଖିଲ ମିଶ୍ରାଙ୍କ ପରଲୋକ । ମିଳିଥିବା ସୂଚନା ଅନୁଯାୟୀ , ଏକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି । ସେ ହାଇଦ୍ରାବାଦରେ ସୁଟିଂ କରୁଥିବା ବେଳେ କୌଣସି ଏକ ବିଲ୍ଡିଂରୁ ଖସି ତାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛଉି । ସାଙ୍ଗ ତଥା ଆକ୍ଟିଂ କୋଚ୍ କୁଲବିନ୍ଦର ବଖ୍ସି ଅଖିଲଙ୍କ ମୃତ୍ୟୁ ଖବର ନିଶ୍ଚିତ କରିଛନ୍ତି। ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି। ଅଖିଲ ତାଙ୍କ କ୍ୟାରିୟରରେ ଅନେକ ଟିଭି ଶୋ’ ଏବଂ ଫିଲ୍ମରେ କାମ କରିଛନ୍ତି। ସେ ଦୀର୍ଘ ଦିନ ଧରି ଇଣ୍ଡଷ୍ଟ୍ରୀ ସହ ଯୋଡ଼ି ହୋଇ ରହିଥିଲେ। କିନ୍ତୁ ‘ଥ୍ରୀ ଇଡିୟଟ୍ସ’ରେ ଲାଇବ୍ରେରିଆନ୍ ଦୁବେଙ୍କ ଭୂମିକାରୁ ତାଙ୍କୁ ଏକ ଭିନ୍ନ ପରିଚୟ ମିଳିଥିଲା। ଟିଭି ସିରିଏଲ୍ ‘ଉତରନ୍’ରେ ଉମେଦ ସିଂ ବୁଦେଲାଙ୍କ ଚରିତ୍ରରେ ମଧ୍ୟ ତାଙ୍କୁ ବହୁତ ପସନ୍ଦ କରାଯାଇଥିଲା।