ଯାତ୍ରା ମାଲିକଙ୍କୁ ଟଙ୍କା ଫେରାଇଛନ୍ତି ଅଭିନେତା ପୀୟୂଷ ତ୍ରିପାଠୀ

0

ଭୁବନେଶ୍ୱର: ଯାତ୍ରା ପାର୍ଟି ବିବାଦର ଯବନିକା ପକାଇବା ପାଇଁ ଯାତ୍ରା ପାର୍ଟି ମାଲିକଙ୍କୁ କଳାକାର ପୀୟୁଷ ତ୍ରିପାଠୀ ଅଗ୍ରୀମ ଟଙ୍କା ଫେରାଇ ଦେଇଛନ୍ତି। ଭୁବନେଶ୍ୱରର ଏକ ହୋଟେଲ୍‌‌ରେ ଦୁଇ ଯାତ୍ରା ପାର୍ଟି ‘ସୂର୍ଯ୍ୟମନ୍ଦିର’ ଓ ‘ସିଂହବାହିନୀ’ ମାଲିକଙ୍କୁ ସେମାନେ ଦେଇଥିବା ଅଗ୍ରୀମ ୧କୋଟି ୧୫ଲକ୍ଷ ଟଙ୍କା ଫେରାଇ ଦେଇଛନ୍ତି ବୋଲି ପୀୟୁଷ କହିଛନ୍ତି।

ପୀୟୂଷ କହିଛନ୍ତି ଯାତ୍ରା ଜଗତରେ ମୋ କଥାକୁ ନେଇ ଯେଉଁ ସମସ୍ୟା ଉପୁଜି ଥିଲା ତାହାର ଆଜି ଅବସାନ ଘଟିଛି । ବର୍ଷେ କୌଣସି ପାର୍ଟିରେ ଅଭିନୟ କରିବେନି ପୀୟୂଷ । ମୋର କିଛି ପାରିବାରିକ ଏବଂ ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି । ସେଥିପାଇଁ ପାଇଁ ଗୋଟିଏ ବର୍ଷ ଯାତ୍ରା ଜଗତରୁ ମୁଁ ଦୁରେଇ ରହିବାକୁ ଚାହୁଁଛି । ଯେଉଁ ଯାତ୍ରା ମାଲିକମାନେ ମୋତେ ଆଗ୍ରୀମ ଦେଇଥିଲେ ମୁଁ ଆଜି ତାଙ୍କ ଟଙ୍କା ଫେରେଇ ଦେଇଛି । ଗୋଟିଏ ଛୋଟ କଥାକୁ ଅତି ବଡ କରାଯାଇଥିଲା, ଯାହାକି ଉଚିତ ନୁହେଁ । ଯଦି ସିନେମାର ଅଫର ଆସେ ତେବେ ସିନେମା ମଧ୍ୟ କରିବି । ଯେହେତୁ ମୁଁ ଜଣେ କଳାକାର, ଅଭିନୟ କରିବା ମୋର ନିଶା । ୬ ମାସ ମଧ୍ୟରେ ଗାଡିର ସମସ୍ତ ଇନଷ୍ଟଲମେଣ୍ଟ ମୁଁ ଭରିବି, ଗାଡି ମୋ ପାଖରେ ରହିବ । ମୋତେ କେହି ଯାତ୍ରାରୁ ବ୍ୟାନ କରିନାହାନ୍ତି ବୋଲି ପୀୟୂଷ କହିଛନ୍ତି ।