ବଲିଉଡର ଜଣାଶୁଣା ଅଭିନେତ୍ରୀ ଅମୀଷା ପଟେଲ ଠକେଇ ମାମଲାରେ ରାଞ୍ଚି କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ଅମୀଷାଙ୍କ ଉପରେ ରାଞ୍ଚଶର ଫିଲ୍ମ ପ୍ରଯୋଜକ ଅଜୟ କୁମାର ସିଂ ଚେକ୍ ବାଉନ୍ସ ମାମଲା ଦାୟର କରିଥିଲେ । ଏହି ମାମଲାରେ କୋର୍ଟ ଅମୀଷାଙ୍କୁ ବାରମ୍ବାର ହାଜର ହେବାକୁ ନୋଟିସ ଜାରି କରିଥିଲେ ହେଲେ । ସେ କୋର୍ଟଙ୍କ ନୋଟିସକୁ ବେଖାତିର କରି କୋର୍ଟରେ ହାଜର ହେଉ ନଥିଲେ । ଏହାପରେ କୋର୍ଟ ଅମୀଷାଙ୍କ ନାମରେ ୱାରେଣ୍ଟ ଜାରି କରିଥିଲେ । ସେ ଆତ୍ମସମର୍ପଣ କରିବା ପରେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଏହାସହ ପୁଣି ଜୁନ ୨୧ ତାରିଖରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଅମୀଷାଙ୍କ ଉପରେ ଅଭିଯୋଗ ଥିଲା କି ସେ ଏକ ସିନେମା ପ୍ରମୋଶନ ଓ ପବ୍ଲିସିଟି ପାଇଁ ଫିଲ୍ମ ନିର୍ମାତା ଅଜୟ କୁମାର ସିଂଙ୍କ ଠାରୁ ୨.୫ କୋଟି ଟଙ୍କା ଅଗ୍ରୀମ ନେଇଥିଲେ । ସିନେମା ସମ୍ପୂର୍ଣ୍ଣ ହେବା ପରେ ସୂଧ ସହ ଟଙ୍କା ଫେରାଇ ଦେବାକୁ ଏଗ୍ରିମେଣ୍ଟ କରିଥିଲେ । ୨୦୧୩ ମସିହାରୁ ଆରମ୍ଭ ହୋଇଥିବା ସିନେମା ଶେଷ ହେବାରେ ବିଳମ୍ବ ହେବାରୁ ଅଜୟ ଅମୀଷାଙ୍କୁ ଟଙ୍କା ଫେରସ୍ତ ମାଗିଥିଲେ । ହେଲେ ଅମୀଷା ଟଙ୍କା ନଫେରାଇ ତାଙ୍କୁ ଧମକ ଚମକ ଦେଉଥିଲେ ।
ସେପଟେ ଅଜୟ କୁମାର ସିଂ କହିଛନ୍ତି କି ବାରମ୍ବାର ଅମୀଷାଙ୍କ ଉପରେ ଟଙ୍କା ଫେରାଇବା ନେଇ ଚାପ ପକାଇବା ପରେ ଅମୀଷା ତାଙ୍କୁ ୨.୫ କୋଟି ଟଙ୍କାର ଏକ ଚେକ୍ ଦେଇଥିଲେ । ହେଲେ ସେ ଚେକ୍ ବାଉନ୍ସ ହୋଇଯାଇଥିଲେ । ଏହାପରେ ଅଜୟ କୁମାର ସିଂ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।