କେବେ ଥମିବ ସାଂସଦ ଏବଂ ପତ୍ନୀଙ୍କ ତୁତୁ ମେଁ ମେଁ: ଅନୁଭବଙ୍କ ବିରୋଧରେ ପୁଣି ହାଇକୋର୍ଟ ଗଲେ ବର୍ଷା

0

ଭୁବନେଶ୍ୱର: କେବେ ଥମିବ ସୁପରଷ୍ଟାରଙ୍କ ହାଇଡ୍ରାମା । ଦିନକୁ ଦିନ ବଢ଼ିବାରେ ଲାଗିଛି ସାଂସଦ ଏବଂ ସାଂସଦଙ୍କ ପତ୍ନୀଙ୍କ ନୂଆ ନୂଆ ବିବାଦ । କେତେବେଳେ ସ୍ତ୍ରୀ ବର୍ଷାଙ୍କ ବିରୋଧରେ, ଅଭିଯୋଗ ନେଇ ଅନୁଭବ ସୋସିଆଲ ମିଡିଆରେ ନା ନା କଥା ଗପୁଛନ୍ତି ତ ଆଉ କେତେବେଳେ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ ନେଇ ଥାନାରେ ପହଞ୍ଚି ଯାଉଛନ୍ତି ବର୍ଷା । ଏନେଇ ଅନୁଭବଙ୍କ ବିରୋଧରେ ପୁଣି ହାଇକୋର୍ଟ ଗଲେ ବର୍ଷା । ଅନୁଭବଙ୍କ ବିରୁଧରେ ଅଦାଲତ ଅବମାନନା ମାମଲା ରୁଜ୍ଜୁ କରିଛନ୍ତି ସାଂସଦଙ୍କ ପତ୍ନୀ । ଏନେଇ ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ ।

ଅନୁଭବ ଅଦାଲତଙ୍କ ନିର୍ଦ୍ଦେଶ ଉଲ୍ଲଂଘନ କରିଥିବା ନେଇ ନିଜ ଆବେଦନରେ ଉଲ୍ଲେଖ କରିଛନ୍ତି ବର୍ଷା । କୋର୍ଟଙ୍କ ନିଷେଧାଦେଶ ପରେ ମଧ୍ୟ ଅନୁଭବ ସମାଜିକ ଗଣମାଧ୍ୟମରେ ନିଜ ମତ ରଖିଥିବା ଅଭିଯୋଗ କରିଛନ୍ତି ସାଂସଦଙ୍କ ପତ୍ନୀ। ଉଭୟଙ୍କୁ ପରସ୍ପର ବାବଦରେ କୌଣସି ଗଣମାଧ୍ୟମ ଆଗରେ ମତ ନ ରଖିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଜୁଲାଇ ୪ ତାରିଖ ଯାଏଁ ସୋସିଆଲ ମିଡିଆରେ ମନ୍ତବ୍ୟ ନ ଦେବାକୁ ଉଭୟଙ୍କୁ ତାଗିଦ କରିଥିଲେ ମାନ୍ୟବର ହାଇକୋର୍ଟ । କେହି କାହା ବିରୋଧରେ ମନ୍ତବ୍ୟ ନ ଦେବା ସହ ଆଉ କୌଣସି ଭିଡିଓ ପୋଷ୍ଟ ନ କରିବାକୁ ଅନୁଭବଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ।

ଅନ୍ୟପକ୍ଷେ, କିଛିଦିନ ତଳେ ବର୍ଷା ଅଭିଯୋଗ ଆଣିଥିଲେ କି, ଭିଡ଼ିଓ କରି ଅନୁଭବ ମୋ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଉଛନ୍ତି। ମୋର ମାନହାନି ସହ ଚରିତ୍ରହାନି କରୁଛନ୍ତି। ଏପରି କରି ମୋତେ ମାନସିକ ଭାବେ ନିର୍ଯାତନା ଦେବା ସହ ମନଗଢ଼ା କାହାଣୀ କହି ମୋତେ ଆକ୍ଷେପ କରୁଛନ୍ତି। ମିଥ୍ୟା ଅଭିଯୋଗ କରି ମୋ ନାରୀତ୍ବକୁ ଅପମାନିତ କରୁଛନ୍ତି। ଶାରୀରିକ ସମ୍ପର୍କ ନେଇ ମିଛ କହି ମୋ ଚରିତ୍ର ସଂହାର କରୁଛନ୍ତି। ମୋତେ କଳଙ୍କିତ କରି ପ୍ରତିଶୋଧ ନେଉଛନ୍ତି ବୋଲି ସାଂସଦଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ପୁରୀଘାଟ ଥାନାରେ ଦାୟର କରିଥିବା ଏତଲାରେ ଦର୍ଶାଇଥିଲେ। ତେବେ ବର୍ଷା ଅନୁଭବଙ୍କ ପାରିବାରିକ ବିବାଦ ମାମଲା ଏତେ ମାତ୍ରାରେ ବଢ଼ି ଚାଲିଛି କି ଶେଷରେ ତାଙ୍କ ଫ୍ୟାନ୍ସ ମାନେ ମଧ୍ୟ ଭାବିବାକୁ ଲାଗିଲେଣି କେବେ ଉଭୟଙ୍କ ତୁତୁ ମେଁ ମେଁ ଶେଷ ହେବ ।