ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ହୀନା ଖାନ୍

0

ଭୁବନେଶ୍ୱର; ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ହୀନା ଖାନ୍ । ନିଜ ସ୍ୱାସ୍ଥ୍ୟବସ୍ଥା ବିଗୁଡିଛି । ତଥାପି ସେ ହାରି ଯାଇ ନାହାନ୍ତି । କ୍ୟାନ୍ସରେ ଭିତରେ ବି ନିଜ ଫ୍ୟାନ୍ସକୁ ସବୁ କିଛି ଜାଣାଉଛନ୍ତି । ଫ୍ୟାନ୍ସ ମାନେ ବି ହୀନାଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ରହିଛନ୍ତି । ହୀନା ୱେବ ସିରିଜ୍ ‘ଗୃହଲକ୍ଷ୍ମୀ’ କୁ ନେଇ ଲଗାତର ପ୍ରମୋଶନ କରୁଥିଲେ । ଏବେ କିନ୍ତୁ ସେ ସମ୍ଫୂର୍ଣ୍ଣ ଅସୁସ୍ଥ ।

ନିକଟରେ ହୀନା ତାଙ୍କର ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ କାନ୍ଦୁଥିବାର ନଜର ଆସୁଛନ୍ତି ଏବଂ କାନ୍ଦି କାନ୍ଦି କହୁଛନ୍ତି ମୁଁ ନିୟମିତ ମେଡିସିନ୍ ଖାଉଛି କିନ୍ତୁ କିଛି ବି ମେଡିସିନ୍ କାମ କରୁନାହିଁ । ଏହି ଭିଡିଓ ଦେଖିବା ପରେ ଫ୍ୟାନ୍ସ ମଧ୍ୟ ଦୁଃଖପ୍ରକାଶ କରିଛନ୍ତି । ଷ୍ଟେଜ୍ – ୩ ବ୍ରେଷ୍ଟ୍ କ୍ୟାନ୍ସରରେ ପୀଡିତ ହୀନା ଜିଇଁବାର ଆଶା ଛାଡୁଥିବା ଦେଖି ‘ଷ୍ଟେ ଷ୍ଟ୍ରଙ୍ଗ୍ ଶେର୍ ଖାନ୍’ ବୋଲି କହୁଛନ୍ତି ତାଙ୍କର ଶୁଭଚିନ୍ତକ ।

 

ଭିଡ଼ିଓରେ ସେ କହୁଛନ୍ତି ‘ଏବେ କିଛି ଔଷଧ କାମ ହିଁ କରୁନି , ଯାହା ପୂର୍ବରୁ ଥିଲା ଏବେ ବି ଠିକ୍ ସେମିତି ହିଁ ଅଛି । କ୍ୟାନ୍ସର ମୁକାବିଲା ଏକ ଲମ୍ବା ପ୍ରୋସେସ୍ , କିନ୍ତୁ କ’ଣ କରିବା ଏଇତ ଜୀବନ ।’ ହୀନାଙ୍କ ଏହି ଭାବୁକପୂର୍ଣ୍ଣ ଭିଡ଼ିଓରେ ୟୁଜର୍ସ ଇମୋସନାଲ୍ ହୋଇ ଭଗବାନ ତାଙ୍କୁ ଜଲଦି ଠିକ୍ କରିଦେବା ପାଇଁ ପ୍ରାର୍ଥନା କରିଛନ୍ତି ।