୨୫ ବର୍ଷ ପରେ ଭାରତ ଫେରି ମହାକୁମ୍ଭରେ ସାମିଲ ହେଲେ ମମତା କୁଲକର୍ଣ୍ଣି..

0

ଦିନେ ସେ ଗ୍ଲାମର ଦୁନିଆରେ ଥିଲେ ଚର୍ଚ୍ଚିତ । କିନ୍ତୁ ଆଜି ସେ ଆପଣାଇଛନ୍ତି ଧାର୍ମିକ ପଥ । ଅନେକ ବଲିଉଡ ଫିଲ୍ମରେ କାମ କରି ସେ ବେଶ୍ ନାମ କମାଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେ ଏଥିରୁ ଦୂରେଇ ଆଧ୍ୟାତ୍ମିକ ପଥ ଆପଣାଇ ପ୍ରୟାଗରାଜର କୁମ୍ଭମେଳାରେ ସନ୍ୟାନ ନେଇଥିଲେ । ମମତାଙ୍କ କ୍ୟାରିୟର ଶୀର୍ଷରେ ଥିବା ବେଳେ ହଠାତ ତାଙ୍କର ନିଷ୍ପତ୍ତି ସମସ୍ତଙ୍କୁ ଚିକିତ କରି ଦେଇଥିଲା।


ସମ୍ପ୍ରତି ଖବର ମିଳିଛି କି ମମତା କୁଲକର୍ଣ୍ଣି କିନ୍ନର ଆଖାଡାରେ ମହାମଣ୍ଡଳେଶ୍ବର ହେବେ। ଜାନୁଆରି ୨୪ ତାରିଖ ସନ୍ଧ୍ୟାରେ ମମତା ସଙ୍ଗମରେ ପିଣ୍ଡଦାନ କରିଛନ୍ତି। ସନ୍ଧ୍ୟା ୬ଟାରେ କିନ୍ନର ଆଖାଡ଼ାରେ ତାଙ୍କର ପଟ୍ଟାଭିଷେକ ହୋଇଛି। କିନ୍ନର ଆଖାରାର ଆଚାର୍ୟ୍ୟ ମହାମଣ୍ଡେଶ୍ୱର ସ୍ୱାମୀ ଡକ୍ଟର ଲକ୍ଷ୍ମୀ ନାରାୟଣ ତ୍ରିପାଠୀ ଏବଂ ଜୁନା ଆଖଡାର ମହମ୍ମଦଲେଶ୍ୱର ସ୍ୱାମୀ ଜୟ ଅମ୍ବାନନ୍ଦ ଗିରିଙ୍କ ନେତୃତ୍ୱରେ ମମତା କୁଲକର୍ଣ୍ଣି ମହାମଣ୍ଡେଶ୍ୱର ହେବେ। ପରେ ମମତା ବର୍ତ୍ତମାନ ଏକ ନୂଆ ନାମରେ ପରିଚିତ ହେବେ ।

ତାଙ୍କର ନୂତନ ପରିଚୟ ହେଉଛି ‘ଶ୍ରୀ ୟାମାଇ ମମତା ନନ୍ଦ ଗିରି’ । ମମତା ବର୍ଷ ବର୍ଷ ଧରି ଦୁବାଇରେ ରହୁଥିଲେ। ସେ କିଛି ସମୟ ପୂର୍ବରୁ ଭାରତ ଆସିଛନ୍ତି। ବର୍ତ୍ତମାନ ସେ ଜଣେ ସାଧ୍ୱୀ ହେବାକୁ ନିଷ୍ପତ୍ତି ନେଇଛନ୍ତି। ଅଭିନେତ୍ରୀ ମମତା କୁଲକର୍ଣ୍ଣି ଦୀର୍ଘ ଦୀର୍ଘ ୨୫ବର୍ଷ ପରେ ଭାରତ ଫେରି ଆସିବା ଖବର ପାଇବା ପରେ ତାଙ୍କ ଫ୍ୟାନ୍ସମାନେ ଖୁବ ଖୁସି ହୋଇଯାଇଥିଲେ।

ମମତା କୁଲକର୍ଣ୍ଣି ୧୯୯୧ ରେ ମୁକ୍ତିଲାଭ କରିଥିବା ତାମିଲ ଚଳଚ୍ଚିତ୍ର ‘ନାନବାରଗଲ’ରୁ ତାଙ୍କ ଚଳଚ୍ଚିତ୍ର ଜୀବନ ଆରମ୍ଭ କରିଥିଲେ। ଏକ ବର୍ଷ ପରେ, ୧୯୯୨ ରେ, ସେ ବଲିଉଡରେ ପ୍ରବେଶ କରିଥିଲେ। ତାଙ୍କର ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର ଥିଲା ‘ମେରେ ଦିଲ୍ ତେରେ ଲିୟେ’ । ୧୯୯୫ ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘କରଣ ଅର୍ଜୁନ’ରୁ ସେ ତାଙ୍କର ପ୍ରକୃତ ସ୍ୱୀକୃତି ପାଇଥିଲେ, ଯେଉଁଥିରେ ତାଙ୍କୁ ସଲମାନ ଖାନଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା। ରାକେଶ ରୋଶନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ କାଜୋଲ ଏବଂ ଶାହାରୁଖ ଖାନ ମଧ୍ୟ ନଜର ଆସିଥିଲେ। ଏହି ଚଳଚ୍ଚିତ୍ର ପାଇଁ ମମତା ଏବେ ମଧ୍ୟ ଜଣାଶୁଣା ।