କଂଗ୍ରେସ ନେତା ଭବ୍ୟ ବିଶ୍ରୋଇଙ୍କ ସହ ସମ୍ପର୍କ ଭାଙ୍ଗିଲେ ଅଭିନେତ୍ରୀ ମେହରୀନ ପୀରଜାଦା

ଭାଙ୍ଗିଲା ଅଭିନେତ୍ରୀ ମେହରୀନ ଓ କଂଗ୍ରେସ ନେତା ଭବ୍ୟଙ୍କ ଦାମ୍ପତ୍ୟ ଯୋଡି। ଭବ୍ୟ ବିଶ୍ରୋଇଙ୍କ ସହ ନିର୍ବନ୍ଧ ଭାଙ୍ଗିଲେ ଅଭିନେତ୍ରୀ ମେହରୀନ ପୀରଜାଦା। ମେହରୀନ ଭବ୍ୟଙ୍କ ସହ ତାଙ୍କ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଛନ୍ତି।

0

(ମୁମ୍ବାଇ) : ଭାଙ୍ଗିଲା ଅଭିନେତ୍ରୀ ମେହରୀନ ଓ କଂଗ୍ରେସ ନେତା ଭବ୍ୟଙ୍କ ଦାମ୍ପତ୍ୟ ଯୋଡି। ଭବ୍ୟ ବିଶ୍ରୋଇଙ୍କ ସହ ନିର୍ବନ୍ଧ ଭାଙ୍ଗିଲେ ଅଭିନେତ୍ରୀ ମେହରୀନ ପୀରଜାଦା। ମେହରୀନ ଭବ୍ୟଙ୍କ ସହ ତାଙ୍କ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଛନ୍ତି। ଏନେଇ ଅଭିନେତ୍ରୀ ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟରେ ସୂଚନା ଦେଇଛନ୍ତି। ଭବ୍ୟ ବିଶ୍ରୋଇ ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭଜନଲାଲଙ୍କ ନାତି। ଭବ୍ୟଙ୍କ ପିତା କୁଳଦୀପ ବିଶ୍ରୋଇ ହରିୟାଣାର ଅଦମପୁରର ବିଧାୟକ।

ସୁଚନାନୁଯାୟୀ ,ମେହରୀନ ପୀରଜାଦା ଚଳିତ ବର୍ଷ ମାର୍ଚ୍ଚ ମାସରେ କଂଗ୍ରେସ ନେତା ଭବ୍ୟ ବିଶ୍ରୋଇଙ୍କ ସହ ନିର୍ବନ୍ଧ କରିଥିଲେ। ଏହା ସହ ଖୁବ୍ ଶୀଘ୍ର ବିବାହ କରିବେ ବୋଲି ଘୋଷଣା କରିଥିଲେ। ହେଲେ ମେହରୀନଙ୍କ ଫ୍ୟାନ୍ସଙ୍କ ଦୁଃଖଦ ଖବର। ଭବ୍ୟଙ୍କ ସହ ନିର୍ବନ୍ଧ ଭାଙ୍ଗି ଦେଇଛନ୍ତି ମେହରୀନ।