ସୁପରଭିଜନ ହେଲା କାଳ : ଚାର୍ଜସିଟରୁ ନାମ କାଟି ଫସିଲେ Ad.SP

ଜଗତସିଂହପୁର ଜିଲ୍ଲା ଅତିରିକ୍ତ ପୋଲିସ ସୁପରେଣ୍ଟ ଶ୍ରୀ ଅମରେନ୍ଦ୍ର ପଣ୍ଡାଙ୍କୁ ଲୋକାୟୁକ୍ତ ପାଖରେ ହାଜର ହେବାପାଇଁ ନିର୍ଦ୍ଦେଶ

0

ଜଗତସିଂହପୁର : ଅଭ୍ୟାସଗତ ଅପରାଧୀର ନାମକୁ ସୁପରଭିଜନ କରି ପୋଲିସ ଚାର୍ଜସିଟରୁ କାଟି ଦେଇଥିବାରୁ ଜଗତସିଂହପୁର ଜିଲ୍ଲା ଅତିରିକ୍ତ ପୋଲିସ ସୁପରେଣ୍ଟ ଶ୍ରୀ ଅମରେନ୍ଦ୍ର ପଣ୍ଡା ଙ୍କୁ ମାନ୍ୟବର ଲୋକାୟୁକ୍ତ ପାଖରେ ହାଜର ହେବାପାଇଁ ନିର୍ଦ୍ଦେଶ। ରେଭେନ୍ସା ବିଶ୍ବ ବିଦ୍ୟାଳୟର ଓଡ଼ିଆ ସହକାରୀ ପ୍ରଫେସର ବିଜୟଲକ୍ଷ୍ମୀ ଦାଶ ଜଣେ ଅଭ୍ଯାସ ଗତ ୪୨୦ ଅପରାଧୀ ଅଟନ୍ତି। ତାଙ୍କ ବିରୁଦ୍ଧରେ ଚଉଳିଗଞ୍ଜ ଥାନା କେସ ନମ୍ବର 48/2020 ମସିହାରେ ସଙ୍ଗୀନ ଅଭିଯୋଗ ହୋଇଥିଲା।ବିଜୟଲକ୍ଷ୍ମୀ ଦାଶ ହେଉଛନ୍ତି ଜଣେ ପେଶାଦାର ଠକ। ବିଭିନ୍ନ ଅସୁବିଧା ର ଆଳ ଦେଖାଇ ଲୋକ ମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଧାର ସୂତ୍ରରେ ନେଇଥାନ୍ତି। ଟଙ୍କା ମାଗିଲେ ଓଲୋଟା ପୋଲିସର ଧମକ ଦେଇଥାନ୍ତି। ଏମିତି ଏକ ଘଟଣା ଘଟିଥିଲା ଚାଉଳିଆଗଞ୍ଜ ଥାନା, କଟକ ରେ। ସରୋଜ ଷଡଙ୍ଗୀ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୧୫ଲକ୍ଷ ଟକାଂ ବ୍ୟାଙ୍କ ଆକାଉଣ୍ଟ ରେ ଓ ଷ୍ଟାମ୍ପ ପେପର ରେ ବିଜୟଲକ୍ଷ୍ମୀ ଦାଶ ଚୁକ୍ତି କରି ନେଇଥିଲେ। ଏନେଇ ଚାଉଳିଆଗଞ୍ଜ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ମ୍ୟାଡମଙ୍କ ଏହା ପ୍ରଥମ କେସ ନୁହେଁ। ତାଙ୍କ ବିରୁଦ୍ଧରେ ଭୁବନେଶ୍ଵର ବିଭିନ୍ନ ଥାନାରେ ସମାନ ଧରଣର ମାମଲା ମଧ୍ଯ ରହିଛି।

ଲକ୍ଷ ଲକ୍ଷ ଟଙ୍କା ଋଣ ନେଉଛନ୍ତି, ଥାନାରେ ମାମଲା ହେଲେ ଲୁଚି କି ହାଇକୋର୍ଟ ରୁ ଆଗୁଆ ଜାମିନ ଆଣି ଖୋଲା ଖୋଲି ବୁଲୁଛନ୍ତି ବୋଲି ଅଭିଯୋଗ ରହିଛି। ଚାଉଳିଆଗଞ୍ଜ ଥାନା କେସ ନମ୍ବର 48/2020 ରେ ବିଜୟଲକ୍ଷ୍ମୀ ଦାଶ ଙ୍କ ସମ୍ପୃକ୍ତି ରହିଥିଲେ ମଧ୍ୟ ଶ୍ରୀ ପଣ୍ଡା ସେହି ସମୟରେ ACP ଜୋନ୍ -୧ ରହିଥିବାରୁ ନିଜେ ସବୁ ଜାଣିଶୁଣି ନିୟମକୁ ଉଲ୍ଲଂଘନ ଖୋଲମ୍ ଖୋଲା କରି ବିଜୟଲକ୍ଷ୍ମୀ ଙ୍କ ନାମ କୁ ଚାର୍ଜସିଟରୁ କାଟି ଦେଇଥିଲେ ଓ ପରେ ମାନ୍ୟବର JMFC-IV କଟକଙ୍କ ଅଦାଲତ ଶ୍ରୀମତି ଦାଶଙ୍କୁ ପକ୍ଷଭୁକ୍ତ କରି ନୋଟିସ କରି ଥିଲେ। ପରେ ଶ୍ରୀମତି ବିଜୟଲକ୍ଷ୍ମୀ ଦାଶ ମାନ୍ୟବର ଅଦାଲତ ଙ୍କ ପାଖରେ ବ୍ୟକ୍ତିଗତ ହାଜର ହୋଇ ବେଲ୍ ରେ ଯାଇଥିଲେ। ଶ୍ରୀ ପଣ୍ଡା ଙ୍କ ଏ ସବୁ ଦୁର୍ନୀତି ବାବଦ ରେ ମାନ୍ୟବର ଲୋକାୟୁକ୍ତ ଙ୍କ ପାଖରେ ଅଭଯୋଗ ହୋଇଥିଲା। ତଥ୍ଯ ପ୍ରମାଣ କୁ ଆଧାର କରି ମାନ୍ୟବର ଲୋକାୟୂକ୍ତ ଶ୍ରୀ ପଣ୍ଡା ଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ଉଲ୍ଲେଖ୍ଯଯୋଗ୍ଯ ଶ୍ରୀ ଅମରେନ୍ଦ୍ର ପଣ୍ଡା ହେଉଛନ୍ତି ବିଜୟଲକ୍ଷ୍ମୀ ଦାଶକଂ ସଂମ୍ପର୍କୀୟ ଭାଇ ଏବଂ ଗୋଟିଏ ଗାଁର ମଧ୍ଯ ଅଟନ୍ତି।