ଅଦା ଶର୍ମା ଜଣେ ବଲିଉଡ ଅଭିନେତ୍ରୀ | ସେ ତାଙ୍କ ଚଳଚ୍ଚିତ୍ର ତଥା ବ୍ୟକ୍ତିଗତ ଜୀବନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ତେବେ କିଛି ମାସ ପୂର୍ବରୁ ଖବର ଆସିଥିଲା ଯେ ଅଦା, ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୁମ୍ବାଇ ସ୍ଥିତ ଫ୍ଲାଟକୁ କିଣିବେ। କିନ୍ତୁ ଅଦା ଏହି ଚର୍ଚ୍ଚା ଉପରେ ବିରାମ ଲଗାଇ କହିଥିଲେ ଯେ, ଏବେ ଯୋଜନା ନାହିଁ । ଯେବେ ହେବ ମୁଁ ଗଣମାଧ୍ୟମକୁ ଜଣାଇବି। ହେଲେ ବର୍ତମାନ ଖବର ମିଛି ଯେ, ଅଦା ଚାରି ମାସ ପୂର୍ବରୁ ସୁଶାନ୍ତଙ୍କ ଫ୍ଲାଟରେ ରହିବା ଆରମ୍ଭ କଲେଣି। ଅଦା ନିଜେ ଏହି ଖବରକୁ ନିଶ୍ଚିତ କରିଛନ୍ତି।
ତେବେ ଏହା ମଧ୍ୟ ସୂଚନା ମିଳିଛି ଯେ, ୩ବର୍ଷ ପାଇଁ ସେ ଏହି ଘରକୁ ଲିଜରେ ନେଇଛନ୍ତି। ଏକ ଜାତୀୟ ଗଣମାଧ୍ୟମ ସାକ୍ଷାତକାରରେ ସେ କହିଛନ୍ତି ଯେ, ଏହି ଘର ମୋତେ ସକରାତ୍ମକ ଅନୁଭବ ଦେଇଥିବାରୁ ମୁଁ ଏଠାକୁ ରହିବାକୁ ଆସିଲି। ତେବେ ତାଙ୍କସହ ତାଙ୍କ ମା ଏବଂ ଜେଜେ ମା ରହୁଥିବା କଥା ସେ କହିଛନ୍ତି |