ଅଦାନୀ ଗ୍ରୁପ ଉତ୍ତର ପ୍ରଦେଶର ମିର୍ଜାପୁରରେ ଏକ ବଡ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ଯାଉଛି । ଏହା ଏକ ଅଲ୍ଟ୍ା ସୁପରକ୍ରିଟିକାଲ ଥର୍ମାଲ ପାୱାର ପ୍ଲାଣ୍ଟ ହେବ । ଏଥିରେ ୧୬ଶହ ମେଗାଓା୍ୱଟର ପାଓା୍ୱର ଉତ୍ପାଦନ ହେବ । କମ୍ପାନୀର ରଣନୀତି ଅନ୍ତର୍ଗତ ଥର୍ମାଲ ପାୱାରର କ୍ଷମତା ୩୦ ମେଗାୱାଟ ହେବ । ପ୍ଲାଣ୍ଟ ପ୍ରତିଷ୍ଠା ଫଳରେ ଶକ୍ତି ଉତ୍ପାଦନରେ ଆସିବ ବିପ୍ଳବ ।
ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ, ୟୁନିଟର ନିର୍ମାଣ ଅଦାନୀ ପାଓା୍ୱରର ସହଯୋଗୀ କମ୍ପାନୀ ମିର୍ଜାପୁର ଥର୍ମାଲ ଏନର୍ଜି ପ୍ରାଇଭେଟ ଲିଟିଟେଡ ଦ୍ୱାରା କରାଯାଉଛି । ରିପୋର୍ଟ ଅନୁଯାୟୀ ଗୌତମ ଆଦାନୀଙ୍କ କମ୍ପାନୀ ଅଡାନୀ ପାୱାର ୨୦୩୦ ପର୍ଯ୍ୟନ୍ତ ନିଜ ଥର୍ମାଲ ପୋର୍ଟଫୋଲିଓର ୧୫.୨୫ ଗିଗାୱାଟରୁ ବଢାଇ ୩୦.୬୭କୁ କରାଯିବ । କମ୍ପାନୀ ଦ୍ୱାରା ଏହି ପ୍ରୋଜେକ୍ଟରେ ପ୍ରାୟ ୧୪ ହଜାର କୋଟି ଟଙ୍କା ଖର୍ଚ୍ଚ ହେବାର ଆଶା କରାଯାଉଛି । ଏହା ମଧ୍ୟରେ ଅଦାନୀ ପାୱର ଲିମିଟେଡର ସେୟାର ସାମାନ୍ୟ ହ୍ରାସ ସହ ବ୍ୟବସାୟ ଆରମ୍ଭ କରିଥିଲା ।